Thu. Dec 26th, 2024

ତାଇୱାନ ଠାରୁ ଦୂରରେ ରହିବା ଲାଗି ଭାରତକୁ ଧମକ ଦେଲା ଚୀନର ‘ଗ୍ଲୋବାଲ ଟାଇମ୍ସ’

By amfnews Oct 18, 2020 #Featured
155 Views

ବେଜିଂ/ନୂଆଦିଲ୍ଲୀ, ଅକ୍ଟୋବର ୧୮ : ଚୀନ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ପୁଣି ଥରେ ଭାରତକୁ ଧମକ ଦେଇଛି । ଚେତାବନୀ ଦେଇ ଗ୍ଲୋବାଲ ଟାଇମ୍ସ କହିଛି ଯେ, ତାଇୱାନ ଠାରୁ ଦୂରରେ ରହୁ ଭାରତ । ଇତି ମଧ୍ୟରେ ଚୀନ ନିଜର ଟୁଇଟର ଆକାଉଣ୍ଟରେ ସେନାଭ୍ୟାସ ଓ ଅସ୍ତ୍ରଶସ୍ତ୍ର ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରିଛି । ଭାରତ ଓ ଚୀନ ମଧ୍ୟରେ ଆସନ୍ତା ସପ୍ତାହରେ ୮ମ ସୈନ୍ୟସ୍ତରୀୟ ଆଲୋଚନା ହେବା ପୂର୍ବରୁ ଚୀନ ଏଭଳି କାମ କରିଛି । ଚୀନର ଯୋଜନା ଯେ, ଭାରତକୁ ଚେତାବନୀ ଦେଲେ ନରମ ହେବ । ମାତ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଆମେ ଭାରତର ଏକ ଏକ ଇଞ୍ଚ ଜମିକୁ ସୁରକ୍ଷିତ ରଖିବାକୁ ପ୍ରସ୍ତୁତ ଅଛୁ । 

ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଚେତାବନୀ ଦେଇଛି ଯେ, ଭାରତର ସୀମା ବାର୍ତ୍ତା ନେଇ ତାଇୱାନ ପ୍ରଶ୍ନ ଉଠାଇଲେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବ । ଚୀନ ବିଶେଷଜ୍ଞ ତାଇୱାନ ଓ ଭାରତର ସଂପର୍କ ନିବିଡ଼ ହେବା ପରେ ଭାରତ ମହାସାଗରରେ ପରିବହନ ନେଇ ମଧ୍ୟ ଚେତାବନୀ ଦେଇଛି । ଏହା ପୂର୍ବରୁ ଗ୍ଲୋବାଲ ଟାଇମ୍ସ ଚୀନର ଯୁଦ୍ଧାଭ୍ୟାସ ଓ ଅସ୍ତ୍ରଶସ୍ତ୍ରର ଭିଡିଓ ସେୟାର କରି ଭାରତକୁ ବାର୍ତ୍ତା ଦେବାକୁ ଉଦ୍ୟମ କରିଥିଲା ।  

ଚୀନ ଦୀର୍ଘ ଦିନରୁ ତାଇୱାନ ଉପରେ ନିଜର ଦାବି ସାବ୍ୟସ୍ତ କରିଆସିଛି । ତାଇୱାନକୁ ସମର୍ଥନ କରୁଥିବା ଅନ୍ୟ ଦେଶକୁ ମଧ୍ୟ ଚୀନ ଧମକ ଦେଇଛି । ଏହାରି ମଧ୍ୟରେ ଭାରତରେ ତାଇୱାନକୁ ନେଇ ବଢ଼ିଥିବା ସମର୍ଥନକୁ ଦେଖି ଚୀନ ବିରକ୍ତି ପ୍ରକାଶ କରିଛି । ଚୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସର ସଂପାଦକ ସିଧା ଧମକ ଦେଇଛି ଯେ, ଯଦି ଭାରତୀୟ ଶକ୍ତି ତାଇୱାନକୁ ନେଇ ଖେଳିଥାଏ, ତା’ହେଲେ ଚୀନ ପୂର୍ବୋତ୍ତର ଭାରତରୁ ଭିନ୍ନ କରି କାର୍ଯ୍ୟାନୁଷ୍ଠାନ ନେଇପାରେ ।

By amfnews

Related Post