ଢେଙ୍କାନାଳ: କପିଳାସ ସଂରକ୍ଷିତ ଜଙ୍ଗଲରୁ ବାହାର ଜିଲ୍ଲାକୁ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବାର ଖବର ପାଇ ଢେଙ୍କାନାଳ ଡିଏଫଓଙ୍କ ତତ୍ୱାବଧାନରେ ଏକ ୧୮ ଜଣିଆ ଟିମ ଗଠନ କରାଯାଇ ତଦନ୍ତ ଚାଲୁଥିଲା।
ଗତକାଲି ସନ୍ଧ୍ୟାରେ ବଜ୍ରକାପ୍ତା ଚୋରା ଚାଲାଣ କରି ଫେରୁଥିବା ଏକ ଗ୍ୟlଙ୍ଗକୁ ଉକ୍ତ ଟିମ କଟକ ଜିଲ୍ଲାର ଶଙ୍କରପୁର ରାସ୍ତାରୁ ଧରିଥିଲେ। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଗଡ଼ହଳଦିଆ ମେଡିକାଲ ସାହିର ଘନଶ୍ୟାମ ବେହେରା (୨୧),ଜଟଣୀ ଥାନା ବଡତୋଲା ଗ୍ରାମର ଜିତେନ୍ଦ୍ର ପ୍ରଧାନ (୪୫)। ଘଟଣାସ୍ଥଳରୁ ୨ଜଣ ଫେରାର ହୋଇଯାଇଛନ୍ତି।
ଗିରଫ ଅଭିଯୁକ୍ତଙ୍କଠାରୁ ଏକ ବଜ୍ରକାପ୍ତା ଜବତ କରାଯାଇଛି। ସେମାନଙ୍କୁ ପଚାରଉଚରା କଲାବେଳେ ଅଲଗା ଅଲଗା ମୂଲ୍ୟରେ ବେପାରୀଙ୍କୁ ବିକ୍ରି ପାଇଁ ମୂଲଚାଲ କରୁଥିବା ଜଣା ପଡିଥିଲା। ୪୦ଲକ୍ଷ ଟଙ୍କାରେ ଏହାକୁ ବିକ୍ରି ପାଇଁ ଠିକ ହୋଇଥିବା ସେମାନଙ୍କ ଫୋନ କଲରୁ ଜଣା ପଡ଼ିଛି । ସେମାନଙ୍କ ପାଖରେ ଅନେକେ ଗୁଡିଏ ଜୀବଜନ୍ତୁ ସହ ବଜ୍ରକାପ୍ତl ରହିଛି। ଏହାର ଲିଙ୍କ ଏବଂ ଗ୍ୟାଙ୍ଗକୁ ଧରିବାକୁ କ୍ରାଇମ୍ ବ୍ରାଞ୍ଚ ଏବଂ ଖୋର୍ଦ୍ଧ ଡିଏଫଓ ଙ୍କ ସହଯୋଗ ଲୋଡ଼ାଯିବ ବୋଲି ଢେଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।
123 Views