Sun. Mar 8th, 2026

ଢେଙ୍କାନାଳ: ସାଳବଣିରୁ ନବଜାତ କନ୍ୟା ଉଦ୍ଧାର

261 Views

ଢେଙ୍କାନାଳ : ଶନିବାର ସକାଳ ପ୍ରାୟ ୬ଟା ସମୟରେ ସଦରଥାନା ଅନ୍ତର୍ଗତ କାମାକ୍ଷାଛକ ଅଞ୍ଚଳର ଶାଳବଣିରୁ ଏକ ନବଜାତ କନ୍ୟା ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକମାନଙ୍କ ଠାରୁ ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରୁ ପିଲାଟିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପିଲାଟିକୁ ଡାକ୍ତରଖାନାର ଏସ୍‌ଏସ୍‌ସିଓରେ ରଖାଯାଇଛି। ମାତ୍ର ୧୨ ଘଣ୍ଟା ପୂର୍ବରୁ ଜନ୍ମିତ ସେ ଶିଶୁଟିର ତତ୍ତ୍ୱାବଧାନରେ ଥିବା ଡାକ୍ତରମାନେ କହିଛନ୍ତି କି, ତା’ର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଉଦ୍ଧାର ଝିଅଟିର ଦାୟିତ୍ୱ ନେବାକୁ ବର୍ତ୍ତମାନ ସିଡବ୍ଲୁସି ଡାକ୍ତରଖାନରେ ପହଞ୍ଚି କର୍ତ୍ତୃପକ୍ଷମାନଙ୍କ ସହ କଥାବାର୍ତ୍ତା କରୁଛି।

By amfnews

Related Post