Wed. Mar 5th, 2025

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ ତାଲାରୁ ଡେଇଁ ରୋଗୀ ମୃତ

By amfnews Nov 18, 2018 #Featured
148 Views

ଢେଙ୍କାନାଳ ୧୮/୧୧ : ରବିବାର ପ୍ରତ୍ୟୁଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚାରି ତାଲାରୁ ଡେଇଁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି।ମୃତ ରୋଗୀଜଣକ ହେଉଛନ୍ତି ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ହରିଡ଼ାପଶି ଗ୍ରାମର ୩୫ ବର୍ଷିୟ ଟୁକୁଲି ଭୋଳ।

ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଗ୍ୟାସ୍‌ଷ୍ଟ୍ରିକ୍‌ ରୋଗରେ ଆକ୍ରାନ୍ତ ହୋଇଥିବା ଟୁକୁଲିଙ୍କୁ ଶନିବାର ସକାଳ ୫ଟାରେ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ୪ର୍ଥ ମହଲାରେ ବେଡ୍‌ ଦେଇ ଥିଲେ। ଅସୁସ୍ଥ ଟୁକୁଲିଙ୍କ ଦେହହାତ ଥରୁ ଥିଲା ଏବଂ ସେ ବାଉଳି ଚାଉଳି ହେଉ ଥିଲେ।

ତାଙ୍କର ଶାଳକ ରାକେଶ ନାୟକ ଗତକାଲି ତତ୍ତ୍ୱାବଧାରକ ଭାବେ ତାଙ୍କୁ ସେଠାରେ ଜଗି ରହି ଥିଲେ। ରାତି ୪ଟା ବେଳେ ଟୁକୁଲି ଅଧିକ ବାଉଳି ହୋଇ ଉଠିପଡ଼ି ବାହାରକୁ ଚାଲି ଆସିବାକୁ ଉଦ୍ୟମ କରିବାରୁ ଶାଳକ ତାଙ୍କୁ ଟାଣି ଧରିଥିଲେ। କିନ୍ତୁ, ତାଙ୍କ ଜାବରୁ ଖସି ଆସି ଟୁକୁଲି ବାଲ୍‌କୋନିରୁ ତଳକୁ ଡେଇଁ ପଡ଼ିଥିଲେ।

By amfnews

Related Post