Sat. May 17th, 2025

ଢେଙ୍କାନାଳ: ଗ୍ୟାରେଜ୍‌ରେ ଜଳିଗଲା ଦୁଇଟି ବସ

By amfnews Dec 4, 2018 #Featured
262 Views

ଢେଙ୍କାନାଳ: ଢେଙ୍କାନାଳ ସହରର କାଲଟାକ୍ସ ଅଞ୍ଚଳରେ ଏକ ଗ୍ୟାରେଜ୍‌ରେ ଥିବା ୨ଟି ବସ୍‌ରେ ଆଜି ସକାଳେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଛି। ବସ ଦୁଇଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଦମକଳକୁ ସୂଚନା ଦେଇଥିଲେ। ଖବର ପାଇ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୁଲିସ ନିଆଁ ଲାଗିବା ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, କାଲଟାକ୍ସ ଅଞ୍ଚଳରେ ଗତ ୨ ବର୍ଷ ଧରି ଓ ଆର ୦୬ ଇ ୪୫୪୯ ଓ ଓ ଆରଏଚ୍‌ ୨୦୭୭ ନମ୍ବର ବିଶିଷ୍ଟ ଦୁଇଟି ବସ୍‌ ମରାମତି ପାଇଁ ରହିଥିଲା। ଇତିମଧ୍ୟରେ ବସ ମାଲିକଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିି ସାରିଛି। ତେବେ ଆଜି ସକାଳ ସାଢ଼େ ୬ଟା ବେଳେ ବସ ଦୁଇଟିରେ ନିଆ ଲାଗିଯାଇଥିବା ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଏ ନେଇ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ। ଖବର ପାଇ ଦମକଳ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁୁ ଆୟତ କରିଥିଲେ। ତେବେ ବସ ଦୁଇଟିରେ ହଠାତ କିପରି ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। କିଏ ବସ ଦୁଇଟିରେ ନିଆଁ ଲଗାଇ ଦେଇଥାଇ ପାରନ୍ତି ବୋଲି ମଧ୍ୟ ସହରରେ ଚର୍ଚ୍ଚା ହେଉଛି। ତେବେ ଏହି ନିଆଁ ଲାଗିବା ଘଟଣାର ତଦନ୍ତ ଚାଲିଛି ବୋଲି କାଲଟାକ୍ସ ଫାଣ୍ଡି ଅଧିକାର ମାଧବଚଚନ୍ଦ୍ର ନାୟକ କହିଛନ୍ତି।

By amfnews

Related Post