Sat. Mar 7th, 2026

ଢାବାରୁ ବଜ୍ରକାପ୍ତା ଉଦ୍ଧାର

164 Views

ବାରିପଦା : ବାରିପଦା ରେଞ୍ଜ ଅନ୍ତର୍ଗତ କୁଳିଅଣା ନିକଟ ଏକ ଢାବାରୁ ୧୭ କେଜି ଓଜନର ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ବନ ବିଭାଗ ଚାରି ଜଣଙ୍କୁ ଅଟକ ରଖିଛି। ଏହାସହ ଏକ ବୋଲେରୋ ଓ ଗୋଟିଏ କାର୍‌ ମଧ୍ୟ ଜବତ କରିଛି।  ଅଟକ ବ୍ୟକ୍ତିମାନେ ହେଲେ ପ୍ରେମଖେଳା ମୁର୍ମୁ, କୃଷ୍ଣଚନ୍ଦ୍ର ହାଁସଦା, ପ୍ରଦୀପ କୁମାର ମହାକୁଡ଼ ଓ ସନତ କୁମାର ମହାନ୍ତ।

ଢାବାରେ ବଜ୍ରକାପ୍ତା ରଖି ଚୋରା ଚାଲାଣ କରାଯାଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ ଗତକାଲି ଢ଼ାବାରେ ଚଢ଼ଉ କରି ଏକ  ବଜ୍ରକାପ୍ତା ଉଦ୍ଧାର କରିଥିଲା। ଏହି ବଜ୍ରକାପ୍ତାକୁ ବିଦେଶକୁ ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।

By amfnews

Related Post