Sat. Mar 7th, 2026

ଢାବା ନିକଟରୁ ଅଜଣା ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

244 Views

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାର ଜଣାଯାଇଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦପୁରର ଏକ ଢାବା ନିକଟରୁ ଜଣେ ଅଜଣା ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ବ୍ରହ୍ମପୁର ସହରର ଉପକଣ୍ଠରେ ଥିବା ଶ୍ୟାମା ଢ଼ାବା ନିକଟରୁ ଯେଉଁ ମୃତଦେହ ଉଦ୍ଧାର ହୋଇଛି ତାଙ୍କୁ କେହି ହତ୍ୟା କରିଥିବାର ସନ୍ଦେହ କରାଯାଉଛି।

ମୃତ ଯୁବକଙ୍କ ମୁଣ୍ଡ ଏବଂ କାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି। ତାଙ୍କର ବୟସ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ତାଙ୍କର ପରିଚୟ ଏଯାବତ୍ ମିଳି ନାହିଁ।

ଏସଂପର୍କରେ ଖବର ପାଇ ଆଜି ସକାଳେ ଗୋଳନ୍ଥରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ପୁଲିସ ଶବ ବ୍ୟବଚ୍ଛେଦଲାଗି ବ୍ରହ୍ମପୁରର ଏମକେସିଜିକୁ ପଠାଇଥିବାର ସୂଚନା ମିଳିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଏହା ହତ୍ୟାକାଣ୍ଡର ସୂରାକ୍ ମିଳିବ ବୋଲି ଆଶା କରାଯାଉଛି।

By amfnews

Related Post