Fri. Mar 13th, 2026

ଡ୍ରେନ୍ ଭିତରୁ ପୁଳା ପୁଳା ମେଡିସିନ୍ ଉଦ୍ଧାର

132 Views

ଗଞ୍ଜାମ  : ଡ୍ରେନ୍ ଭିତରୁ ପୁଳା ପୁଳା ମେଡିସିନ୍ ଉଦ୍ଧାର। ରୋଗୀଙ୍କୁ ଦିଆନଯାଇ ଏପରି ପରିତ୍ୟକ୍ତ ଭାବେ ବାହାରେ ଫିଙ୍ଗିଦିଆଯାଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଗୌଡସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଘଟଣା ଜଣାପଡିବା ପରେ କବିସୂର୍ଯ୍ୟନଗର ଡାକ୍ତରଖାନାର ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ଡ୍ରେନ୍ ଭିତରୁ ଆଇରନ୍ ଫୋଲିକ୍ ଏସିଡ୍ ଟାବଲେଟ୍ ଉଦ୍ଧାର କରିଥିଲେ। ସମସ୍ତ ମେଡିସିନ୍ର ଏକ୍ପପାରୀ ଡେଟ୍ ପଳାଇ ଯାଇଥିବା ଡାକ୍ତର କହିଛନ୍ତି। ତେବେ ବିଦ୍ୟାଳୟ ପରିସରରୁ ଏହି ମେଡିସିନ୍ କିଭଳି ଆସିଲା ଓ ଏତେ ପରିମାଣର ମେଡିସିନକୁ କିଏ ଓ କାହିଁକି ଫିଙ୍ଗିଥିଲା, ସେନେଇ ଅନୁଧ୍ୟାନ ଚାଲିଛି। ପୂର୍ବରୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗୋବରା ନିକଟ ଏକ କେନାଲ ଭିତରୁ ବିପୁଳ ପରିମାଣର ଆଇରନ ଫଲିକ୍ ଏସିଡ୍ ମୋଡିସିନ୍ ଉଦ୍ଧାର ହୋଇଥିଲା।

By amfnews

Related Post