Wed. Dec 25th, 2024

ଡୋନାଲ୍ଡ ଟ୍ରମ୍ପ ;ଭାରତ ଏବଂ ଚୀନକୁ ସବସିଡ୍ ଦେବା ବନ୍ଦ କରିବାକୁ ଧମକ

By amfnews Sep 9, 2018 #Featured
Mandatory Credit: Photo by Jim Urquhart/AP/REX/Shutterstock (9871049a) President Donald Trump speaks at a rally at the Rimrock Auto Arena in Billings, Mont Trump, Billings, USA - 06 Sep 2018
163 Views

ଚିକାଗୋ, ସେପ୍ଟେମ୍ବର ୦୯ :

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଭାରତ ଏବଂ ଚୀନ ଭଳି ରାଷ୍ଟ୍ରକୁ ଦିଆଯାଉଥିବା ସବସିଡକୁ ବନ୍ଦ କରିବା ପକ୍ଷରେ ଅଛନ୍ତି । ସେ କାଲି ଏକ କାର୍ଯ୍ୟକ୍ରମରେ କହିଛନ୍ତି କି, ବିକାଶଶୀଳ ନାମରେ ଏହି ରାଷ୍ଟ୍ରଗୁଡିକୁ ସବସିଡ୍ ଦେବା ପାଗଳାମି । ଆମେରିକା ମଧ୍ୟ ବିକାଶଶୀଳ ରାଷ୍ଟ୍ର ଏବଂ ଆମେରିକା ମଧ୍ୟ ଚାହୁଁଛି ଅନ୍ୟ ଦେଶଙ୍କ ତୁଳନାରେ ତୀବ୍ର ଗତିରେ ଅଗ୍ରଗତି କରୁ ।

ସୂଚନାନୁଯାୟୀ, ଆମେରିକାର ରାଷ୍ଟ୍ରପତି ଶୁକ୍ରବାର ଦିନ ଉତରୀ ଡାକୋଟାରେ ଫର୍ଗୋ ସହରରେ ନିଜ ଦଳର ଏକ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରୁଥିଲେ । ସେ ବିଶ୍ୱବ୍ୟାପାର ସଂଗଠନ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଟ୍ରମ୍ପଙ୍କ ଅନୁଯାୟୀ, ଏହି ବହୁ ପକ୍ଷୀୟ ବ୍ୟାପାର ସଂଗଠନରେ ଚୀନକୁ ସଦସ୍ୟ କରି ତାହାକୁ ଦୁନିଆର ସବୁଠାରୁ ବଡ ଆର୍ଥିକ ଶକ୍ତି ତିଆରି କରିବାକୁ ସୁଯୋଗ ଦିଆଯାଉଛି । ସେ କହିଛନ୍ତି ଯେ, ଏମିତି କିଛି ରାଷ୍ଟ୍ରଙ୍କୁ ସବସିଡ୍ ଦିଆଯାଉଛି ଯେଉଁମାନେ ବିକାଶଶୀଳ ଅଛନ୍ତି ଏବଂ ଧୀରେ ଧୀରେ ବିକଶିତ ହେଉଛନ୍ତି । କିନ୍ତୁ ଏହା ସବୁ ପାଗଳାମୀ । ଭାରତ, ଚୀନ ଭଳି ଅନ୍ୟ କେତେକ ରାଷ୍ଟ୍ର ବିକାଶଶୀଳ ନାମରେ ସବସିଡ୍ ନେଉଛନ୍ତି । ଏବଂ ଏଥିପାଇଁ ଆମେରିକା ଭଳି ରାଷ୍ଟ୍ରକୁ ଧନ ଦେବାକୁ ପଡୁଛି । ଏହାକୁ ବହୁତ ଶୀଘ୍ର ବନ୍ଦ କରାଯିବା ଉଚିତ୍ । ଟ୍ରମ୍ପଙ୍କ ଅନୁଯାୟୀ, ଆମେରିକା ମଧ୍ୟ ଏକ ବିକାଶଶୀଳ  ରାଷ୍ଟ୍ର। ତେଣୁ ଆମେରିକାକୁ ମଧ୍ୟ ସେହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ।

By amfnews

Related Post