Sat. Mar 7th, 2026

ଡିଡିସିଏର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଲେ ରଜତ ଶର୍ମା

291 Views

ନୂଆଦିଲ୍ଲୀ: ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ୱାଦିକ ରଜତ ଶର୍ମା। ତେବେ ଇସ୍ତଫା ପଛର କାରଣ ଅସ୍ପଷ୍ଟ ରହିଛି। ନିକଟରେ ଡିଡିସିଏର ଅନ୍ୟତମ ନିର୍ଦ୍ଦେଶକ ମାନେ ବିଭିନ୍ନ ପ୍ରସ୍ତାବ ପାରିତ କରି ରଜତ ଶର୍ମାଙ୍କ କ୍ଷମତାକୁ ସଙ୍କୁଚିତ କରି ଦେଇଥିଲେ। ଏହାପରେ ରଜତ ଶର୍ମାଙ୍କ ପାଖରେ ଅଧ୍ୟକ୍ଷ ପଦବୀ ଛଡ଼ା ଆଉ କୌଣସି କ୍ଷମତା ଏକ ପ୍ରକାର ନଥିଲା। ଯାହାକି, ତାଙ୍କ ଇସ୍ତଫା ପଛର ବଡ଼ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ରଜତ ଶର୍ମା ଡିଡିସିଏର ଅଧ୍ୟକ୍ଷ ହେବା ପରେ ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡିୟମର ନାମ ପରିବର୍ତ୍ତନ କରି ଅରୁଣ ଜେଟଲୀ ଷ୍ଟାଡିୟମରେ ନାମିତ କରାଯାଇଥିଲା। ସ୍ୱର୍ଗତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଘନିଷ୍ଠ ବନ୍ଧୁ ହେଉଛନ୍ତି ରଜତ ଶର୍ମା। ଦିଲ୍ଲୀର ଶ୍ରୀ ରାମ କଲେଜ ଅଫ କମର୍ସରେ ପାଠ ପଢ଼ୁଥିବା ବେଳେ ଦୁହେଁ ଘନିଷ୍ଠ ହୋଇଥିଲେ। ଡିଡିସିଏରେ ଦୀର୍ଘ ବର୍ଷ ଧରି ଜେଟଲୀ ମଧ୍ୟ ଅଧ୍ୟକ୍ଷ ପଦବୀରେ ଥିଲେ।

ଗତବର୍ଷ ଜୁଲାଇରେ ଡିଡିସିଏ ପାଇଁ ନିର୍ବାଚନ ହୋଇଥିଲା। ପୂର୍ବତନ କ୍ରିକେଟର ମଦନ ଲାଲଙ୍କୁ ୫୧୭ ଖଣ୍ଡ ଭୋଟରେ ପରାସ୍ତ କରି ଏହି ହାଇପ୍ରୋଫାଇଲ ପଦ ପାଇଁ ମନୋନୀତ ହୋଇଥିଲେ ରଜତ ଶର୍ମା।

By amfnews

Related Post