Tue. Dec 24th, 2024

ଡିଏଭି ବିଦ୍ୟାଳୟରେ ତ୍ୟାଗ ଓ ସେବା ଶିକ୍ଷା ପ୍ରଦାନ

By amfnews Dec 5, 2018 #Featured
197 Views

ରାଉରକେଲା, ଡିସେମ୍ବର ୦୫ : ସେକ୍ଟର-୧୬ ଡିଏଭି ବିଦ୍ୟାଳୟରେ ଆର୍ଯ୍ୟ ସମାଜ ପକ୍ଷରୁ ହିମାଞ୍ଚଳ ପ୍ରଦେଶ ଜମଳା ଆଶ୍ରମର ସ୍ୱାମୀ କୋରାନନ୍ଦ ସରସ୍ୱତୀ ଦେବଙ୍କ ଆଧାରିତ ଉପରେ ତ୍ୟାଗ ଓ ସେବା ସମ୍ପର୍କିତ ଏକ ଶିକ୍ଷାଦାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାଦାନ କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଚରିତ୍ର ଗଠନ ପାଇଁ ଶିକ୍ଷା ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯଶବିନ୍ଦର କୌର ଛାତ୍ରଛାତ୍ରୀଙ୍କ ନୈତିକ ଜ୍ଞାନର ଅଭିବୃଦ୍ଧିକୁ ଲକ୍ଷ୍ୟ କରି ଏ ପ୍ରକାର ଆଧ୍ୟାତ୍ମିକ ସମ୍ପନ୍ନ ଶିକ୍ଷାଦାନ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ସ୍ୱାମୀଜୀ ବେଦ, ଉପନିଷଦ, ଗୀତାକୁ ଗୁରୁତ୍ୱ ଦେଇ ସ୍ୱାର୍ଥପର ମନୋଭାବକୁ ଦୂର କରି ସେବା ମନୋଭାବ ଜାଗ୍ରତ କରିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ବିଶେଷ କରି ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ରୁଚି ରଖି ପଢିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମନକୁ ସ୍ଥିର କରିବା ସହ ଦେଶର ସଂସ୍କୃତି ଓ ପରମ୍ପରାକୁ କିପରି ବଜାୟ ରଖିହେବ ସେ ଉପରେ ପିଲାମାନଙ୍କୁ ବେଦର ମନ୍ତ୍ର ଓ ନୀତିବାଣୀକୁ ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ବେଦ ତଥା ଆଧ୍ୟାତ୍ମିକ ବିଜ୍ଞାନ ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅପରିହାର୍ଯ୍ୟ ବୋଲି ସେ ଉଲ୍ଲେଖ କରିବା ବହୁ ମହତ୍ୱପୂର୍ଣ୍ଣ ଉପାଦାନମାନ ଅବତାରଣା କରିଥିଲେ ।

By amfnews

Related Post