Thu. Nov 28th, 2024

ଡିଏଭି ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

By amfnews Dec 23, 2018 #Featured
181 Views

ରାଉରକେଲା, ୨୩ା୧୨ : ସେକ୍ଟର-୧୬ ସ୍ଥିତ ଡିଏଭି ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଆନ୍ତର୍ଜାତିକ କବାଡି ଖେଳାଳୀ ଅରବିନ୍ଦ ପାତ୍ର ଓ ସ୍ୱନାମଧନ୍ୟ ଖେଳାଳୀ ରେଶ୍ମା ଲାକ୍ରା, ରାଉରକେଲା ଜୋନ୍-୨ ଡିଏସ୍ଜି ଜ୍ୟୋତିର୍ମୟୀ ଭୁକ୍ତା ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଆମନ୍ତ୍ରିତ ଅତିଥିବୃନ୍ଦଙ୍କ ସହ ପ୍ରଦୀପ ପ୍ରଜ୍ୱଳନ କରି ବାର୍ଷିକ କ୍ରୀଡା ଉତ୍ସବ ଆରମ୍ଭ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଓ ଆମନ୍ତ୍ରିତ ଅତିଥିବୃନ୍ଦ ମାନପତ୍ର ଓ ପୁରସ୍କାର ପ୍ରାଦନ କରିଥିଲେ ।

ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ କ୍ରୀଡାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ରୀଡା ଜୀବନର ଏକ ଅଙ୍ଗ ବୋଲି ଆନ୍ତର୍ଜାତିକ କବାଡି ଖେଳାଳୀ ଶ୍ରୀ ପାତ୍ର କହିବା ସହ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ପିଲାମାନଙ୍କ କ୍ରୀଡାନୈପୂଣ୍ୟ ବୃଦ୍ଧି ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । କ୍ରୀଡା ଉତ୍ସବକୁ ମନୋରଞ୍ଜନ ଧର୍ମୀ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

ଏହା ଅଭିଭାବକ, ଅତିଥି ବୃନ୍ଦ ଓ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଥିଲା । ଛାତ୍ରଛାତ୍ରୀମାନଙ୍କ କ୍ରୀଡାରେ କୃତିତ୍ୱ ଓ ମନୋମୁଗ୍ଧକର କାର୍ଯ୍ୟକ୍ରମକୁ ଦେଖି ଜୋନ୍-୨ ଡିଏସ୍ପି ଜ୍ୟୋତିର୍ମୟୀ ଭୁକ୍ତା ପ୍ରଭାବିତ ହେବା ସହ ଉଚ୍ଚ ପ୍ରଶଂସା କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀମାନଙ୍କ ସହଯୋଗରେ ଉତ୍ସବ ସଫଳ ହୋଇଥିବା ବେଳେ ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

By amfnews

Related Post