Sun. Jun 8th, 2025

ଡାକ୍ତରୀ ଛାତ୍ରଙ୍କୁ ମାଡ଼, ୨ ଗିରଫ

By amfnews Apr 25, 2019 #Featured
281 Views

ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଏବଂ ଗବେଷଣା(ଭିମସାର)ର ପିଜି ଛାତ୍ରଙ୍କୁ ମାଡ଼ ନେଇ ୨ ଜଣଙ୍କୁ ଗିରଫ କରିଛି ବୁର୍ଲା ଥାନା ପୁଲିସ। ଗିରଫ ଦୁଇ ଜଣ ହେଲେ ଶାସନର ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ସୁକାନ୍ତି ପ୍ରଧାନ।

ବୁର୍ଲା ଥାନା ଅଧିକାରୀ ବିବି ଭୋଇ କହିଛନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ସମ୍ପର୍କୀୟ ବୁର୍ଲା ମେଡିକାଲର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ବୁଧବାର ପୂର୍ବାହ୍ନରେ ପିଜି ପ୍ରଥମ ବର୍ଷ ଛାତ୍ର ପି.ରାଜକୁମାର ସୁବୁଦ୍ଧି ଏବଂ ଦ୍ବିତୀୟ ବର୍ଷ ଛାତ୍ରୀ ସ୍ବାତୀରେଖା ନାୟକ ତାଙ୍କ ଚିକିତ୍ସା କରୁଥିଲେ। ରୋଗୀଙ୍କୁ ଡ୍ରିପ ଦେବା ପାଇଁ ଛୁଞ୍ଚି ଫୋଡ଼ିବା ବେଳକୁ ଶିରାରୁ ରକ୍ତ ବାହାରି ପଡ଼ିଥିଲା। ଏଥିଯୋଗୁଁ ସମ୍ପର୍କୀୟ ଉତ୍ୟକ୍ତ ହୋଇ ପିଜି ଛାତ୍ରଙ୍କୁ ମାଡ଼ ଦେଇଥିଲେ। ଏଥିଯୋଗୁଁ ତାଙ୍କ ହାତରେ ଗୁରୁତର ଆଘାତ ଲାଗିଥିବା କୁହାଯାଉଛି। ଏ ନେଇ ମେଡିକାଲ ଅଧିକ୍ଷକଙ୍କ ଏତଲା ପରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଗିରଫ କରାଯାଇ ଥିଲା। ଅନ୍ୟଦିଗରେ ଏହି ଘଟଣାର ପ୍ରତିବାଦ କରିଛି ଜେଡିଏ। ଅଧିକାଂଶ ସମୟରେ ମେଡିକାଲରେ ବରିଷ୍ଠ ଡାକ୍ତରମାନେ ଅନୁପସ୍ଥିତ ରହୁଥିବାରୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ବୁଝାଇବା ଅସମ୍ଭବ ହୋଇ ପଡ଼ୁଛି। ଏଥିଯୋଗୁଁ ଏହିଭଳି ସ୍ଥିତି ସୃଷ୍ଟି ହେଉଛି।

By amfnews

Related Post