Wed. Nov 27th, 2024

ଡାକ୍ତର କହିଥିଲେ କେବେ କରିପାରିବନି ନୃତ୍ୟ, ମିସ ଇଣ୍ଡିଆ ୱାର୍ଲ୍ଡୱାଇଡ ରଚିଲେ ଇତିହାସ

By amfnews Dec 16, 2018 #Featured
292 Views

ୱାସିଙ୍ଗଟନ, ଡିସେମ୍ବର ୧୬ : ଭାରତୀୟ ମୂଳ ଆମରିକାର ଶ୍ରୀ ସୈନୀଙ୍କୁ ନ୍ୟୁଜର୍ସିର ଫୋଡର୍ସ ସିଟିରେ ଆୟୋଜିତ ସମାରୋହରେ ମିସ ଇଣ୍ଡିଆ ୱାଲର୍ଡୱାଇଡ-୨୦୧୮ ପାଇଁ ଚୟନ କରାଯାଇଛି । ଭାରତୀୟ ମୂଳ ବାସିନ୍ଦାଙ୍କ ୨୭ତମ ବାର୍ଷିକ ବୈଶ୍ୱିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆରର ସାକ୍ଷୀ ସିହ୍ନା ଏବଂ ବ୍ରିଟେନର ନୁଶା ସାରିନଙ୍କୁ କ୍ରମାଗତ ଭାବରେ ପ୍ରଥମ ଏବଂ ଦ୍ୱିତୀୟ ରନସ-ଅପ ପାଇଁ ବଛାଯାଇଛି ।

ନ୍ୟୁୟର୍କସ୍ଥିତ ଇଣ୍ଡିଆ ଫେଷ୍ଟିଭାଲ କମିଟି ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାକୁ ପ୍ରବାସୀ ଭାରତୀୟ ସଂପ୍ରଦାୟର ବଡ଼ କାର୍ଯ୍ୟଭାବରେ ଗଣତି କରାଯାଇଥାଏ । ୨୨ ବର୍ଷୀୟ ଶ୍ରୀଙ୍କୁ ଏକଦା ଡାକ୍ତର କହିଥିଲେ, ପେସମେକର ଲଗାଯିବା କାରଣରୁ ସେ କେବେ ନୃତ୍ୟ କରିପାରିବେ ନାହିଁ । ସେହି ସମୟରେ ଶ୍ରୀଙ୍କୁ ୧୨ ବର୍ଷ ବୟସ ହୋଇଥିଲା । ସଫଳତା ପରେ ଶ୍ରୀ କୁହନ୍ତି ଆପଣ କେବେ ବି ହାରିବା ସ୍ୱୀକାର କରନ୍ତୁ ନାହିଁ । ୧୫ ବର୍ଷ ବୟସରେ ଏନଜିଓ ଆରମ୍ଭ କରିଥିବା ଶ୍ରୀ କହୁନ୍ତି, ଆପଣଙ୍କ ଜୀବନ କାଳରେ କ’ଣ ସକରାତ୍ମକ ପରିବର୍ତ୍ତନ ଆଣୁଛନ୍ତି ଏବଂ ଅନ୍ୟ ନିକଟରେ କେମିତି ସ୍ମରଣୀୟ ହୋଇପାରୁଛନ୍ତି, ଏ ଉପରେ ମୁଁ ବିଶ୍ୱାସ କରିଥାଏ । ବାର୍ଷିକ ସୁନ୍ଦର ପ୍ରତିଯୋଗିତାରେ ପାଖାପାଖି ୧୭ଟି ଦେଶର ଭାରତୀୟ ସୁନ୍ଦରୀମାନେ ଅଂଶଗ୍ରହଣ କରିଥିଲେ ।

ହରିୟାଣାର ମନ୍ଦୀପ କୌର ସନ୍ଧୁଙ୍କୁ ମିସେସ ଇଣ୍ଡିଆ ୱାର୍ଲ୍ଡୱାଇଡ ୨୦୧୮ ଚୟନ କରାଯାଇଛି । ଏକ ପୁତ୍ରର ଜନନୀ ସନ୍ଧୁ ବିବାହର ଏକ ବର୍ଷ ମଧ୍ୟରେ ପତିହରା ହୋଇଥିଲେ । ତାଙ୍କ ସ୍ୱାମୀଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ।

By amfnews

Related Post