Fri. Nov 22nd, 2024

ଡବଲ ମର୍ଡର ଅଭିଯୋଗରେ ପୂର୍ବତନ ଭାରତୀୟ ସଟ ପୁଟର ଗିରଫ

By amfnews Aug 27, 2020 #Featured
158 Views

ନୂଆଦିଲ୍ଲୀ, ଅଗଷ୍ଟ ୨୬ : ପୂର୍ବତନ ଏସୀୟ ଚାମ୍ପିଅନସିପ୍ ପଦକ ବିଜେତା ଇକବାଲ ସିଂ ବୋପାରାଇଙ୍କୁ ପେନସିଲଭାନିଆର ନ୍ୟୁଟନ୍ ସ୍କୋୟାରରେ ତାଙ୍କ ମା ଏବଂ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରାଯାଇଛି ।

ବୋପାରାଇ ୮୦ ଦଶକରେ ଭାରତର ଅନ୍ୟତମ ପ୍ରତିଷ୍ଠିତ ସଟ ପୁଟର ମଧ୍ୟରୁ ଜଣେ ଥିଲେ । ୧୯୮୮ ରେ ନୂଆଦିଲ୍ଲୀରେ ଆୟୋଜିତ ପରମିଟ୍ ମିଟରେ ୧୮.୭୭ ମିଟରର ଦୂରକୁ ସଟ ପୁଟ ଫିଙ୍ଗି ସେ ସ୍ୱର୍ଣ୍ଣ ଜିତିଥିଲେ । ସିଂ ମଧ୍ୟ ଭାରତର ସର୍ବକାଳୀନ ଶ୍ରେଷ୍ଠ-୨୦ ସଟ ପୁଟର ମଧ୍ୟରେ ସ୍ଥାନ ପାଇଛନ୍ତି । କୁଏତରେ ଅନୁଷ୍ଠିତ ୧୯୮୩ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ସେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ସେ ତାଙ୍କ ମା ଏବଂ ପତ୍ନୀଙ୍କୁ ହତ୍ୟା କରିବା ପରେ ପୋଲିସକୁ ଫୋନ କରି ଜଣାଇଥିଲେ ଏବଂ ପୋଲିସ ସେଠାରେ ପଂହଚି ଦୁଇଟି ମୃତଦେହ ଜବତ କରିବା ସହ ତାଙ୍କୁ ଗିରଫ କରିଛି । ତେବେ ଏହି ଘଟଣାରେ ଇକବାଲ ମଧ୍ୟ ଆହତ ହୋଇ ସ୍ଥାନୀୟ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏକ ଜାତୀୟ ଗଣ ମାଧ୍ୟମକୁ ସୂଚନା ଦେଇ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଇକବାଲ ଭଳି ପିଲା କେବେ ହତ୍ୟା କରିପାରିବ ସେ ବିଶ୍ୱାସ କରିପାରୁନାହାନ୍ତି । ମାତ୍ର କିଛି ମାସ ହେବ ଇକବାଲ ବହୁ ମାନସିକ ଚାପରେ ରହୁଥିଲେ ଏବଂ ଏଥିପାଇଁ ସେ ଔଷଧ ସେବନ କରୁଥିଲେ ବୋଲି ତାଙ୍କ ବନ୍ଧୁ ସୂଚନା ଦେଇଛନ୍ତି । ତେବେ ସେ ଏଭଳି ହତ୍ୟା କାହିଁକି କରିଲେ କେବଳ ସିଏ ହିଁ କହିପାରିବେ ବୋଲି ତାଙ୍କ ବନ୍ଧୁ କହିଛନ୍ତି ।

By amfnews

Related Post