Sat. Mar 7th, 2026

ଡନ୍ ଏବଂ ଛୋଟେ ସରକାର ନାଆଁରେ ଜଣାଶୁଣା ବିହାରର ବିଧାୟକ ଅନନ୍ତ ସିଂହଙ୍କୁ ଆତଙ୍କବାଦୀ ଘୋଷଣା କରାଯିବ!

183 Views

ପାଟନା  : ବିହାରର ମୋକାମା ଅଞ୍ଚଳର ସ୍ୱାଧୀନ ବିଧାୟକ ଅନନ୍ତ ସିଂହଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। ତାଙ୍କୁ ସେହି ଅଞ୍ଚଳର ଡନ୍ ଏବଂ ଛୋଟେ ସରକାର ବୋଲି ବି କୁହାଯାଏ। ଆଜି ପୁଲିସ ତାଙ୍କ ଘରେ ପହଞ୍ଚିବା ବେଳକୁ ଅନନ୍ତ ସିଂହ ଫେରାର୍ ହୋଇଥିବା ଜଣାଯାଇଥିଲା।

ଗତ ଶୁକ୍ରବାର ଅନନ୍ତ ସିଂହଙ୍କ ଘର ଉପରେ ଚଢ଼ାଉ କରାଯାଇ ଏକେ-୪୭ ରାଇଫଲ ଓ ହେଡ ଗ୍ରେନେଡ ଜବତ କରାଯାଇଥିଲା । ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ତାଙ୍କୁ ୟୁଏପିଏ ଆଇନ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିପାରନ୍ତି । ଏହି ଘଟଣାରେ ବାଢ଼ ଥାନାରେ ଅନନ୍ତ ସିଂହ ଓ କେୟାରଟେକର ସୁନିଲ ରାମଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥି ସହିତ ସୁନିଲକୁ ପୁଲିସ ଗିରଫ କରିଛି । ଅନନ୍ତ ସିଂହଙ୍କ ଗିରଫ ପାଇଁ କୋର୍ଟରେ ଅଭିଯୋଗ କରାଯାଇଛି । କୋର୍ଟ ପକ୍ଷରୁ ୱାରେଣ୍ଟ ଜାରି କରାଯିବା ପରେ ତାଙ୍କୁ ଗିରଫ କରାଯିବ ।

ଅନ୍ୟପକ୍ଷରେ ବିଳମ୍ବିତ ରାତିରେ ଅନନ୍ତ ସିଂହଙ୍କ ଘରୁ ଜବତ ହୋଇଥିବା ହ୍ୟାଣ୍ଡ ଗ୍ରେନେଡକୁ ଏସିଏସ ନିଷ୍କ୍ରିୟ କରିଦେଇଛି । ସୂଚନାଯୋଗ୍ୟ ୟୁଏପିଏ ଆଇନ ୧୯୬୭ରେ ଗୃହୀତ ହୋଇଥିଲା । ଏହି ଆଇନ ଅନୁଯାୟୀ ଯଦି କୌଣସି ସଂଗଠନ ଦେଶର ସ୍ୱାର୍ଥ ବିରୋଧୀ କାମ କରିଥାଏ, ତାକୁ ବେଆଇନ ଘୋଷଣା କରାଯାଇଥାଏ । ନିକଟରେ ମୋଦୀ ସରକାର ଏହାକୁ ସଂଶୋଧନ କରିଥିଲେ । ଏହି ନୂତନ ଆଇନ ଅନୁସାରେ ଆତଙ୍କବାଦୀ ଗତିବିଧି ସହିତ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରିବ ।

By amfnews

Related Post