Sun. Jun 8th, 2025

ଠିଆ ହୋଇଥିବା ଟ୍ରକ୍‌ ସହ ଧକ୍କା ଖାଇଲା କାର୍‌: କଙ୍କଡ଼ାହାଡ଼ ଜେଇ ମୃତ; ପତ୍ନୀ ଆହତ

By amfnews Jun 6, 2019 #Featured
134 Views

କାମାକ୍ଷାନଗର: ଗୁରୁବାର ସକାଳେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅନ୍ତର୍ଗତ ପଣ୍ଡୁଆ ଛକ ନିକଟ ଗୋଦରବିଲି ଠାରେ ସଡ଼କ ଦୁର୍ଘଟଣା ଯୋଗୁଁ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ଓ ତାଙ୍କ ପତ୍ନୀ ସାଙ୍ଘାତିକ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି କଙ୍କଡ଼ାହାଡ଼ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ୫୦ ବର୍ଷିୟ ଏସ୍‌ ନବୀନ କୁମାର। ଗୁରୁତର ଆହତ ହୋଇଛନ୍ତି ତାଙ୍କର ୪୨ ବର୍ଷୀୟ ପତ୍ନୀ ଏସ୍‌ ପ୍ରଶାନ୍ତି। ଚିକିତ୍ସା ନିମନ୍ତେ ତାଙ୍କୁ ଢେଙ୍କାନାଳ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ସକାଳ ପ୍ରାୟ ୫ଟା ବେଳେ ପତିପତ୍ନୀ ଭଡ଼ା କାର୍‌ ନମ୍ବର OR02BU8048ରେ ଢେଙ୍କାନାଳ ଷ୍ଟେସନ୍‌ରୁ ଢେଙ୍କାନାଳ-କାମାକ୍ଷାନଗର ରାଜ୍ୟ ରାଜପଥରେ କଙ୍କଡ଼ାହାଡ଼ ଆସୁଥିଲେ। ପୂର୍ବରୁ ରାସ୍ତାରେ ଠିଆ ହୋଇଥିବା ଗୋଟାଏ ଟ୍ରକ୍‌ ପଛରେ ସେ ଯାଉଥିବା କାର୍‌ଟି ଖୁବ୍‌ ଯୋର୍‌ରେ ଧକ୍କା ଖାଇଥିଲା। ଫଳରେ ଘଟଣାସ୍ଥଳରେ ଜେଇ ନବୀନଙ୍କର ମୃତ୍ୟୁ ଘଟିଥିଲା ଓ ତାଙ୍କ ପତ୍ନୀ ସାଙ୍ଘାତିକ ଆହତ ହେଲେ।

ପୁଲିସ ଘଟଣାସ୍ଥରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ କାମାକ୍ଷାନଗର ମେଡିକାଲ୍‌କୁ ନେଇଛି ଓ ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ କାର୍‌ର ଚାଳକ ଫେରାର ହୋଇଯାଇଛି। ଖବର ପ୍ରଘଟ ହୋଇଯିବା ପରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ବିଡିଓ ଦେବଦତ୍ତ ମହନ୍ତ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଯନ୍ତ୍ରୀମାନେ ପହଞ୍ଚିଥିଲେ। ନବୀନଙ୍କ ନିଜ ଘର ପାରଳାଖେମୁଣ୍ଡି।

By amfnews

Related Post