Mon. Jun 16th, 2025

‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ର ବିଫଳତା ପାଇଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଅଭିନେତ୍ରୀ ଫାତିମା ସନା ଶେଖ୍‌

By amfnews Nov 20, 2018 #Featured
277 Views

‘ଠଗ୍‌ସ ଅଫ ହିନ୍ଦୋସ୍ତାନ୍‌’ସୁପରଫ୍ଲପ୍‌ ହେବା ପରେ ଏଥିପାଇଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଅଭିନେତ୍ରୀ ଫାତିମା ସନା ଶେଖ୍‌। ଫାତିମା ଅମୀର ଖାନ୍‌ଙ୍କ ‘ବ୍ଲକବଷ୍ଟର ଫିଲ୍ମ‘ଦଙ୍ଗଲ’ଜରିଆରେ ବଲିଉଡରେ ଏଣ୍ଟ୍ରି ନେଇଥିଲେ। ଏହାପରେ ଫାତିମା ମିଷ୍ଟର ପରଫେକନିଷ୍ଟ ବୋଲି କୁହାଯାଉଥିବା ଅମୀର ଖାନ୍‌ଙ୍କୁ ନିଜର ମାର୍ଗଦର୍ଶକ ବୋଲି ମନେ କରିଥିଲେ। ସେ ଅମୀରଙ୍କ ପରାମର୍ଶରେ ନୂଆ ସିନେମା ସାଇନ୍‌ କରିଲେ।

‘ଦଙ୍ଗଲ୍‌’ରିଲିଜ୍‌ ହେବାପରେ ହେବାପରେ ଫାତିମାଙ୍କୁ କେତୋଟି ଭଲ ଭଲ ବ୍ୟାନର୍‌ର ସିନେମା ପାଇଁ ଅଫର୍‌ ମିଳିଥିଲା,କିନ୍ତୁ ଅମୀର ଖାନଙ୍କ କଥାରେ ପଡ଼ି ସେସବୁ ଫିଲ୍ମକୁ ‘ନା’କହିଥିଲେ। ଏପରିକି ଅମୀର୍‌ ହିଁ ଫାତିମାଙ୍କୁ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ରେ ରାଜ କୁମାରୀ ଜଫିରା ବେଗ୍‌ ଭୂମିକା ଦିଆଇଥିଲେ। ତା’ପରେ ଅମୀର ଖାନଙ୍କ ସହିତ ଫାତିମା ସନା ଶେଖଙ୍କର ଆଫେଆର୍‌ ନେଇ ବି ବଲିଉଡରେ ଚର୍ଚ୍ଚା ହୋଇଥିଲା।

ଏହାପରେ ନିର୍ମାତା-ନିର୍ଦ୍ଦେଶକ ମାନେ ବୁଝିଗଲେ ଯେ ‘ଦଙ୍ଗଲ’ରେ ଅମୀର ଖାନ୍‌ଙ୍କ ଝିଅ ଭୂମିକା ନିଭାଇଥିବା ଫତିମା କେବଳ ଅମୀରଙ୍କ କଥା ମାନିବେ। ଏଣୁ ସେମାନେ ଆଉ ଫତିମାଙ୍କୁ ନେବା ଲାଗି ଚିନ୍ତା ବି କରିଲେ ନାହିଁ। ଏଣେ ଏବେ ଅମୀର ଖାନ୍‌ ଓ ୟଶରାଜ ଫିଲ୍ମସ ବି ଫତିମାଙ୍କୁ ସହାୟକ ହେବା ଭଳି ଲାଗୁ ନାହିଁ। ସତ କହିବାକୁ ଗଲେ ଫାତିମାଙ୍କ ହାତ ଏବେ ଏକଦମ୍‌ ଖାଲି।

By amfnews

Related Post