Sat. Mar 7th, 2026

ଟ୍ୱିଟରରେ ଯୋଡ଼ି ହେଲେ ମୋହନ ଭାଗବତ

233 Views

ନୂଆଦିଲ୍ଲୀ  : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏବଂ ଅନ୍ୟ ୬ ଜଣ ଟ୍ୱିଟରେ ଯୋଡ଼ି ହୋଇଛନ୍ତି। ତେବେ ମୋହନ ଭାଗବତ ଖବର ଲେଖା ହେବା ସୁଦ୍ଧା କୌଣସି ଟୁଇଟ୍ ନକରି ଟ୍ୱିଟରରେ ଭେରିଫାଇଡ୍ ହୋଇଛନ୍ତି। ଏହାଦ୍ୱାରା ସେ ନୀଳ ଟିକ୍ ମାର୍କ ପାଇଛନ୍ତି।

ଟ୍ୱିଟରରେ ଯୋଡ଼ି ହେବା ପରେ ମୋଟ ୧୩.୬ ହଜାର ଫୋଲଅର୍ସ ପହଞ୍ଚିଛନ୍ତି। ଆରଏସଏସର ନିଜସ୍ୱ ଟୁଇଟର ଆକାଉଣ୍ଟ ରହିଛି। ଯାହାର ଫଲୋଅର୍ସ ୧.୩ ମିଲିଅନ ରହିଛନ୍ତି। ପୂର୍ବରୁ ମୋହନ ଭାଗବତଙ୍କ ମନ୍ତବ୍ୟ ଆରଏସଏସ ଟ୍ୱିଟର ଆକାଉଣ୍ଟ ଜରିଆରେ ସୂଚନା ମିଳୁଥିଲା।

By amfnews

Related Post