131 Views
କେନ୍ଦୁଝର, ନଭେମ୍ବର ୨୨: କେନ୍ଦୁଝର ସଦର ରେଞ୍ଜ ନରଣପୁର ବିଟ୍ ରାମଚନ୍ଦ୍ରପୁର ନିକଟରେ ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ଟ୍ରେନ୍ ଡ୍ରାଇଭରଙ୍କ ନାଁ ମାମଲା ରୁଜୁ ହୋଇଛି । ବନ ବିଭାଗ ପକ୍ଷରୁ ଡ୍ରାଇଭରଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।
ବନ ବିଭାଗର କହିବାନୁଯାୟୀ, ଡ୍ରାଇଭରଙ୍କୁ ପୂର୍ବରୁ ସର୍ତକ ସୂଚନା ଦିଆଯାଇଥିଲା । ମାତ୍ର ସେ ଟ୍ରେନ୍ର ଗତି କମ୍ କରି ନ ଥିଲେ । ହାତୀ ଚଳପ୍ରଚଳ ଅଂଚଳରେ ସନ୍ଧ୍ୟା ୭ ଟାରୁ ସକାଳ ୬ ଟା ପର୍ୟ୍ୟନ୍ତ ଟ୍ରେନ୍ କମ୍ ବେଗରେ ଚଳାଇବା ନିୟମ ରହିଛି । କିନ୍ତୁ ଡ୍ରାଇଭର ସତର୍କ ସୂଚନା ପାଇବା ପରେ ମଧ୍ୟ ଟ୍ରେନ୍ର ବେଗ ହ୍ରାସ କରି ନଥିଲେ ।
ସୂଚନାଯୋଗ୍ୟ କି, ଗତକାଲି ସନ୍ଧ୍ୟାରେ ଟ୍ରେନ୍ ଧକ୍କାରେ ଏକ ମାଇ ହାତୀର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ରେଳ ବିଭାଗ ଏବଂ ବନ ବିଭାଗ ପରସ୍ପର ଉପରେ ଦୋଷାରୋପ କରିଥିଲେ ।