Sat. Mar 7th, 2026

ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

223 Views

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏସ୍‌ ରାମପୁର ମୁଖ୍ୟ ରାସ୍ତାର ରେଲୱେ ଫାଟକରେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ତେବେ ଯୁବକଙ୍କ ପରିଚୟ ମିଳିନାହିଁ। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ଆଜି ସକାଳେ ଯୁବକଙ୍କ ମୃତଦେହ ରେଲୱେ ଲାଇନ୍‌ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ବଲାଙ୍ଗିର ରେଲୱେ ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

By amfnews

Related Post