Thu. Dec 26th, 2024

ଟ୍ରେନ୍ରୁ ଲୁଟ୍, ଜଣେ ଗିରଫ

By amfnews Jan 6, 2019 #Featured
121 Views

ରାଉରକେଲା, ୬ା୧: ଟ୍ରେନ୍ ଯାତ୍ରୀଙ୍କୁ ଠାରୁ ଲୁଟ୍ କରି ଜଣେ ଦୁର୍ବୃତ୍ତ ଫେରାର ହେଉଥିବା ବେଳେ ଜିଆର୍ପି ପୋଲିସ୍ ତାକୁ କାବୁ କରିନେଇଛି । ପୋଲିସ୍ କାବୁ କରିଥିବା ଲୁଟେରା ହେଉଛି ରବୀନ୍ଦ୍ର ପାଣି (୩୮) । ଲୁଟେରାକୁ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ, ସମ୍ବଲେଶ୍ୱରୀ ଟ୍ରେନ୍ରେ ସଂଗ୍ରାମ କେଶରୀ ପରିଡ଼ା ନାମକ ଜଣେ ଯୁବକ ଟିଟଲାଗଡ଼ ଯାଉଥିଲେ ।

ସେ ସିଟ୍ ତଳେ ତାଙ୍କର ଲ୍ୟାପ୍ଟପ୍ ବ୍ୟାଗ ସହ ଏକ ଟ୍ରଲିବ୍ୟାଗ୍ ମଧ୍ୟ ରଖିଥିଲେ । ରାଉରକେଲା ରେଳ ଷ୍ଟେସନରେ ପାଣି ପାଇଁ ଓହ୍ଲାଇଥିଲେ ଓ ଫେରିବା ବେଳକୁ ବ୍ୟାଗ ୨ଟି ଚୋରି ହୋଇଯାଇଥିବା ଜାଣିପାରିଥିଲେ । ଏନେଇ ସେ ଜିଆର୍ପିରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଷ୍ଟେସନ ପରିସରରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିଥିଲା । ଅଭିଯୁକ୍ତ ରବୀନ୍ଦ୍ରକୁ ଗୋପବନ୍ଧୁପାଲିରୁ ଗିରଫ କରିବା ସହ ତା ଠାରୁ ଚୋରି ଲ୍ୟାପ୍ଟପ ବ୍ୟାଗ୍, ୨ଟି ମୋବାଇଲ, ଏଟିଏମ୍, ଆଧାରକାର୍ଡ ଓ ବହୁ ସାମଗ୍ରୀ ଜବତ କରାଯାଇଥିଲା ।

ଅନୁରୂପ ଭାବେ ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍ରୁ ଜଣେ ବ୍ୟକ୍ତିଙ୍କ ପକେଟ୍ରୁ ପର୍ସ ଚୋରି କରି ଫେରାର ହେଉଥିବା ବେଳେ ବିନୋଦ ମାହାତୋ (୨୬) ନାମକ ଯୁବକକୁ ରେଲବାଇ ପୁଲିସ ଗିରଫ କରିଛି । ବିନୋଦ ତପସ୍ୱିନୀ ଏକ୍ସପ୍ରେସର ଜେନେରାଲ୍ ବଗିରେ ଚଢ଼ି ରମେଶ ଗୁପ୍ତା ନାମକ ଜଣେ ଯାତ୍ରୀଙ୍କ ପକେଟ୍ମାର କରି ପଳାଇବାକୁ ଉଦ୍ୟମ କରିଥିଲା । ତେବେ ରାଉରକେଲା ରେଳ ଷ୍ଟେସନର ଅଳ୍ପ ଦୂରରେ ଲାଇନକ୍ଲିଅର ନଥିବାରୁ ଟ୍ରେନ୍ ଅଟକିଥିଲା । ଫଳରେ ତାକୁ ରେଲବାଇ ଲୋଲିସ ଧରି ନେଇଥିଲେ । ଉଭୟ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଚୋରି ଅଭିଯୋଗ ରହିଥିବା ଜଣାପଡ଼ିଛି ।

By amfnews

Related Post