141 Views
ରାଉରକେଲା, ୧ା୧୧ : ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍ ଟ୍ରେନ୍ରୁ ଜଣେ ଯାତ୍ରୀଙ୍କ ଠାରୁ ମୋବାଇଲ୍ ଫୋନ୍ ଲୁଟ୍ ହୋଇଛି । ମୋବାଇଲ୍ ଲୁଟ୍ କରି ଲୁଟେରା ଚମ୍ପଟ ମାରୁଥିବା ବେଳେ ଜିଆର୍ପି ହାତରେ ଧରାପଡ଼ିଛି । ଜ୍ଞାନେଶ୍ୱର ଏକ୍ସପ୍ରେସ୍ ଟ୍ରେନ୍ ସକାଳ ସାଢ଼େ ୬ଟାରେ ରାଜଗାଙ୍ଗପୁର ଷ୍ଟେସନରେ ପହଞ୍ଚିଥିଲା । ଏହି ସମୟରେ ଏସି ବଗି କୋଚ୍ ନଂ-ବି-୯ରେ ବସିଥିବା ଜଣେ ଯାତ୍ରୀଙ୍କ ଠାରୁ ଆସିଫ ରାଜା ନାମକ ଲୁଟେରା ମୋବାଇଲ୍ ଲୁଟ୍ କରି ଦୌଡି ପଳାଉଥିବା ବେଳେ ଜିଆରପି ହାତରେ ଧରାପଡିଯାଇଥିଲା ।
ଆସିଫର ଘର ରାଜଗାଙ୍ଗପୁର ସ୍ଥିତ ସୁବାସ ଛକରେ ବୋଲି ଜଣାପଡିଛି । ତା ନାମରେ ପୂର୍ବରୁ ଚୋରି, ଛିନତାଇକୁ ନେଇ ବିଭିନ୍ନ ଥାନାରେ ମାମଲା ରହିଛି । ଆସିଫ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେ ଲୁଟିଥିବା ଏମ୍ଆଇ ନୋଟ୍-ୱାନ୍ ମୋବାଇଲକୁ ଜବତ କରାଯାଇଛି ।