163 Views
ରାଉରକେଲା, ୯ା୧୧ : ବାମଡ଼ା ରେଳ ଷ୍ଟେସନ ନିକଟରେ ଜଣେ ଯୁବକ ଟ୍ରେନରୁ ପଡ଼ି ଗୁରୁତର ଆହତ ହୋଇଥିବା ଖବର ମିଳିଛି । ତାଙ୍କୁ ଜିଆର୍ପି ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି । ଆହତ ଯୁବକ ଦାଣ୍ଡିଆପାଲି ଖଟାଲ ବସ୍ତିର ଶମ୍ଭୁନାଥ ଲୋହାର (୩୨) ପରିବାର ସହ ବାସ ରହୁଛନ୍ତି ।
ସେ କୌଣସି କାମ ପାଇଁ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟିରେ ଝାରସୁଗୁଡ଼ା ଯାଉଥିବା ବେଳେ ବାମଡ଼ା ରେଳ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିଲେ । ଫଳରେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜିଆର୍ପି ପୁଲିସକୁ ଖବର ଦେଇଥିଲେ । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶମ୍ଭୁନାଥଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଆରଜିଏଚ୍ରେ ଭର୍ତ୍ତି କରିଥିଲା ।