Tue. Nov 5th, 2024

ଟ୍ରେନକୁ ଅପେକ୍ଷା କରିଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ , ଜଣେ ଫେରାର୍

By amfnews Feb 25, 2020 #Featured
97 Views

ମହାରାଜଗଞ୍ଜ : ବିହାରର କୋଠିଭାର ଥାନା ଅଞ୍ଚଳରେ ଥିବା ଶିଶୱା ରେଳ ଷ୍ଟେସନରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଜଣେ ୧୭ ବର୍ଷୀୟ ନାବାଳିକା ନିଜର ଅଜା ଘରକୁ ଯିବା ଲାଗି ଶିଶୱା ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ୩ ଜଣ ଲୋକ ତାଙ୍କ ନିକଟରେ ପହଞ୍ଚିଥିଲେ । ସେମାନେ ନାବାଳିକାଙ୍କୁ ଚା’ ପିଇବାକୁ ଦେଇଥିଲେ । ଚା’ରେ ନିଶା ଔଷଧ ମିଶି ଥିବାରୁ ନାବାଳିକା କିଛି ସମୟ ପରେ ଚେତାଶୂନ୍ୟ ହୋଇଯାଇଥିଲେ । ଏହାପରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ନିକଟସ୍ଥ ନିର୍ମାଣାଧୀନ ଏକ ଘରକୁ ନେଇ ରାତିସାରା ଗଣଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ପୀଡ଼ିତାଙ୍କୁ ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇ ଚାଲିଯାଇଥିଲେ ।

ଚେତା ଫେରିବା ପରେ ନାବାଳିକାଜଣକ କୌଣସି ପ୍ରକାରରେ ଘରକୁ ପହଞ୍ଚି ପରିବାର ଲୋକଙ୍କୁ ସମସ୍ତ ଘଟଣା ପ୍ରକାଶ କରିଥିଲା । ପୀଡ଼ିତାଙ୍କର ପିତା କୋଠିଭାର ଥାନାରେ ତିନି ଜଣ ଅଜଣା ଯୁବକଙ୍କ ନାଁରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହେଲେ ଆଉ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି। ତୃତୀୟ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସପି ଆଶୁତୋଷ ଶୁକ୍ଲା କହିଛନ୍ତି । ସେ କହିଛନ୍ତି ଯେ ଅଭିଯୁକ୍ତମାନେ ଚା’ରେ ନିଶା ଔଷଧ ଦେଇ ନାବାଳିକାକୁ ପିଇବାକୁ କହିଥିଲେ । ସେ ଚେତାଶୂନ୍ୟ ହୋଇଯିବା ପରେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ଷ୍ଟେସନରେ ବେଆଇନ ଭାବେ ଦୋକାନ ପରିଚାଳନା କରୁଥିବା ବ୍ୟବସାୟୀ ବୋଲି ବି ଜଣାଯାଇଛି।

By amfnews

Related Post