ରାଉରକେଲା, ୨୪ା୧୨ : ରାଉରକେଲା ଟ୍ରାଫିକ ପୁଲିସ ସହାୟତାରେ ଜଣେ ଯୁବତୀ ତାଙ୍କ ନିଖୋଜ ବ୍ୟାଗକୁ ଫେରି ପାଇଛନ୍ତି । ଏହି ବ୍ୟାଗରେ ଯୁବତୀଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା । ଯୁବତୀ ଜଣକ ବଲାଙ୍ଗିର ଟାଉନର ଜ୍ୟୋତିର୍ମୟୀ ପ୍ରଧାନ । ଦୁଇଦିନ ତଳେ କୁଆଁରମୁଣ୍ଡାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଜ୍ୟୋତିଙ୍କର ରବିବାର ଶିକ୍ଷୟିତ୍ରୀ ଟ୍ରେନିଂ ପାଇଁ ସାକ୍ଷାତକାର ଥିବାରୁ ସେ ରାଉରକେଲା ଆସିଥିଲେ । ସାକ୍ଷାତକାର ସରିବା ପରେ ଅଟୋରେ ରାଉରକେଲା ଷ୍ଟେସନରେ ପହଞ୍ôଚ ଥିଲେ ।
କିନ୍ତୁ ଭୁଲ୍ ବଶତଃ ତାଙ୍କ ବ୍ୟାଗ୍ ଅଟୋରେ ରହିଯାଇଥିଲା । ଫଳରେ ଜ୍ୟୋତି ଷ୍ଟେସନ ଛକରେ ଥିବା ଟ୍ରାଫିକ ପୁଲିସ ଦୁର୍ଗାଚରଣ ଭଇଁସାଲଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ପରେ ଦୁର୍ଗା ଉକ୍ତ ଷ୍ଟେସନ ରୋଡ଼ଦେଇ ଯାଉଥିବା ସମସ୍ତ ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ । ପ୍ରାୟ ଅଧଘଣ୍ଟା ପରେ ଅଟୋ ନମ୍ବର ଓଆର-୧୪ଭି ୫୦୦୯ରୁ ଜ୍ୟୋତିଙ୍କ ବ୍ୟାଗ ଉଦ୍ଧାର କରିବା ସହ ଜ୍ୟୋତିଙ୍କୁ ହସ୍ତାନ୍ତର କରିଥିଲେ । ତେବେ ଟ୍ରାଫିକ୍ ପୁଲିସ୍ ଏହି ମହାନତା ପାଇଁ ସେ ତାଙ୍କ ବ୍ୟାଗ୍ ଫେରିପାଇଥିବାରୁ ଟ୍ରାଫିକ ପୁଲିସକୁ ସାଧୁବାଦ ଜଣାଇଛନ୍ତି ।