Sun. Jun 8th, 2025

ଟ୍ରାନ୍ସଫର୍ମର୍‌ ସଂସ୍ପର୍ଶରେ ଆସି ଗାଈ ମୃତ

By amfnews Jun 24, 2019 #Featured
187 Views

ରେମଣ୍ଡା : ଭେଡେନ ବ୍ଲକ ତାଲମେଣ୍ଡାରେ ରବିବାର ଟ୍ରାନ୍ସଫର୍ମରରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ଗାଈର ମୃତ୍ୟୁ ଘଟିଛି। ଗାଈଟି ତାଲମେଣ୍ଡା ଗାଁ’ର ପଦ୍ମନାଭ ମେହେରଙ୍କ ଓ ସେ ତାକୁ ୩୫ ହଜାର ଟଙ୍କାରେ କିଣିଥିଲି ବୋଲି ଅଭିଯୋଗ କରିଛନ୍ତି। ପ୍ରାପ୍ତ ସୂଚନାନୁସାରେ ଗାଈଟି ଆଜି ଚରୁଥିବା ବେଳେ ଗାଁ’କୁ ଯାଇଥିବା ରାସ୍ତାରେ ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍ମର୍‌ ପାଖକୁ ଚାଲି ଯାଇଥିଲା। ଫଳରେ ସେଠାରେ ବିଦ୍ୟୁତ୍‌ ଅଘାତ ଲାଗି ତା’ର ମୃତ୍ୟୁ ଘଟିଥିଲା। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ଆସି ମାଲିକ ଶ୍ରୀ ମେହେରଙ୍କ ସହ ଆଲୋଚନା କରିବା ପରେ ୫ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ତୁରନ୍ତ ଟ୍ରାନ୍ସଫର୍ମର୍‌ ଚାରିପଟେ ସ୍ଥାୟୀ ସୁରକ୍ଷା ବାଡ଼ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

By amfnews

Related Post