Wed. Mar 11th, 2026

ଟ୍ରଲର ଓଲଟିବା ଘଟଣାରେ ଜଣଙ୍କ ମୃତଦେହ ଉଦ୍ଧାର

173 Views

ପାରାଦୀପ : ମଙ୍ଗଳବାର ଅପରାହ୍ନରେ ପାରାଦୀପ ମହାନଦୀ ମୁହାଣରେ ମାଛଧରା ଟ୍ରଲର ବୁଡ଼ି ଘଟଣାରେ ନିଖୋଜ ଦୁଇ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଆଜି ସକାଳେ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବଟକୃଷ୍ଣ ମଲ୍ଲିକ। ପାରାଦୀପ ସମୂଦ୍ର କୂଳରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଜଟାଧାର ମୁହାଣ ମେରାଇନ୍ ପୁଲିସ୍ ଉଦ୍ଧାର କରିଥିଲା। ତେବେ ଏବେବି ଆଉ ଜଣଙ୍କ ପତ୍ତା ମିଳିନି। ତାଙ୍କ ନାଁ ଲକ୍ଷ୍ମୀଧର ଦାସ।

ଅନ୍ୟପକ୍ଷରେ ଖବର ପାଇବା ମାତ୍ରେ ମେରାଇନ୍‌ ପୁଲିସ୍‌ର ବୋଟ୍‌ ଦୁର୍ଘଟଣାସ୍ଥଳକୁ ଯାଇ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାସହ ମୁହାଣ ପୋତି ହୋଇଯାଇଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି।

By amfnews

Related Post