Sat. Jun 7th, 2025

ଟ୍ରକ୍‌ ଚୋରାଇ ନେଇ ପଳାଉଥିଲା ୧୪ ବର୍ଷିୟ ବାଳକ, ବାଟରେ ତେଲ ସରିଯିବାରୁ କ’ଣ ହେଲା?

By amfnews Oct 15, 2018 #Featured
164 Views

ଆଗ୍ରା : ହରିୟାଣାର ପାଲ୍‌ଓ୍ଵାଲ୍‌ରେ ଗୋଟିଏ ଟ୍ରକ୍‌ରେ କ୍ଲିନର୍‌ ଭାବେ କାମ କରୁଥିବା ଜଣେ ୧୪ ବର୍ଷିୟ ବାଳକ ସେହି ଟ୍ରକ୍‌ ଚୋରାଇ ନେଇଥିଲା। ପାଞ୍ଚ ଫୁଟ୍‌ ଉଚ୍ଚତା ମଧ୍ୟରେ ହେବ ସେଇ ପିଲାଟି ଦୁଇ ଦିନ ଧରି ଟ୍ରକ୍‌ଟିକୁ ୧୩୮ କିଲୋମିଟର୍‌ ଚଳାଇବା ପରେ ସେଥିରୁ ତେଲ ସରିଯିବାରୁ ଉତ୍ତର ପ୍ରଦେଶର ହାଥ୍ରାସ୍‌ ଜିଲ୍ଲାରେ ସେ ଧରାପଡ଼ିଛି।

ଶନିବାର ରାତିରେ ରାଜପଥ ପୁଲିସ ଦେଖିଲା ଯେ ହରିୟାଣା ଲାଇସେନ୍‌ସ୍‌ ଥିବା ଗୋଟାଏ ଟ୍ରକ୍‌ ବିଭିନ୍ନ ସ୍ଥାନରେ ଅଟକୁଛି। ଜଳେଶ୍ୱର ରୋଡ୍‌ର ମେହରାରା କ୍ରସିଙ୍ଗ୍‌ ନିକଟରେ ଶାହାପାଉ ଥାନାର ଦଳେ ପୁଲିସ ଟ୍ରକ୍‌ଟିକୁ ଅଟକାଇଲେ। କ୍ଷୁଦ୍ରକାୟ ଓ ନିରୀହ ଦିଶୁଥିବା ଯେଉଁ ବାଳକଟି ସେଥିରୁ ଓହ୍ଲାଇ ଆସିଲା ତା’ର ଟ୍ରକ୍‌ ଚଳାଇବା ଭଳି ବୟସ ହୋଇ ନ ଥିବା ପରି ଜଣାପଡୁଥିଲା। ଏମିତି ଭାବିଲେ ପୁଲିସବାଲା। ପରେ ସେ ଯାହା କହିଲା ତାହା ଥିଲା ଅବିଶ୍ୱସନୀୟ।

୧୪ ବର୍ଷ ପଶିଥିବା ସେ ବାଳକର ଘର ଇଟାରେ। ପାଲ୍‌ଓ୍ଵାଲ୍‌ ଠାରେ ସେ ଏହି ଟ୍ରକ୍‌ରେ କ୍ଲିନର୍‌ କାମ କରେ। ଦରମା ବାବଦରେ ପାଉଥିବା ମାସିକ ୫୦୦ ଟଙ୍କା ତା’ ପରିବାରକୁ ଅଣ୍ଟେ ନାହିଁ। ତା’ର ବାପାଙ୍କର ଦେହାନ୍ତ ହୋଇଯାଇଛି ଏବଂ ମା’ ଇଟାରେ ଦିନମଜୁରି ଖଟନ୍ତି।

ଟ୍ରକ୍‌ଟିକୁ ଚୋରାଇ ଇଟାର କୁଖ୍ୟାତ ଗାଁ ମାଲାଓ୍ଵାନ୍‌କୁ ନେଇଯିବାକୁ ସେ ଯୋଜନା କରିଥିଲା। ସେଠାରେ ଚୋରା ଭାରୀ ଯାନଗୁଡ଼ିକର ନୂଆ କାଗଜପତ୍ର କରାଯାଇ ପୁଣି ଥରେ ବିକ୍ରୟ କରାଯାଏ। ଟ୍ରକ୍‌ ଏବଂ ସେଥିରେ ଥିବା ମାଲପତ୍ରକୁ ମାଲାଓ୍ଵାନ୍‌ ଠାରେ ବିକ୍ରୟ କରି ଟଙ୍କା ନେଇ ପଳାଇ ଯିବାକୁ ଯୋଜନା କରିଥିଲା ସେ ବାଳକ।

By amfnews

Related Post