Sat. Mar 7th, 2026

ଟୋଲ୍‌ ଗେଟ୍‌ରେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର

223 Views

ଚଣ୍ଡିଗଡ଼  :  ଗତ କିଛି ମାସ ଧରି ଟୋଲ ଗେଟ୍‌ରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଗୁରଗାଁଓର ଏକ ଟୋଲ୍‌ ଗେଟ୍‌ରେ ଟଙ୍କା ମାଗିବା ପରେ ଗାଡ଼ି ଚାଳକ ଗେଟ୍‌ କର୍ମଚାରୀଙ୍କୁ ମାଡ଼ି ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଚାଳକ ଜଣକ ଫେରାର୍‌ ହୋଇଯାଇଥିଲେ।

ପୁଣି ଥରେ ଗୁରଗାଁଓରେ ସମାନ ଘଟଣା ଦେଖିବାକୁ ମିଲିଛି। ଟୋଲ୍‌ ଗେଟ୍‌ରେ ଜଣେ ମହିଳା କର୍ମଚାରୀଙ୍କ ସହିତ ଗାଡ଼ି ଚାଳକ ଖରାପ ବ୍ୟବହାର କରିଛନ୍ତି। ଟଙ୍କା ନ ଦେଇ ଚାଲି ଯାଉଥିବାରୁ ମହିଳା କର୍ମଚାରୀ ତାଙ୍କୁ ଅଟକାଇଥିଲେ। କିନ୍ତୁ ଚାଳକ ଜଣକ କର୍ମଚାରୀଙ୍କୁ ଚାପୁଡ଼ା ମାରିଥିଲେ। ପ୍ରତି ବଦଳରେ ମହିଳା ଜଣକ ମଧ୍ୟ ସେହି ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ୟୁଜର୍ସମାନେ ଏହି ଘଟଣାକୁ ନିନ୍ଦା କରିବା ସହିତ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ଏହି ଘଟଣା ଖେରକି ଧୋଲା ଟୋଲ ପ୍ଲାଜାରେ ହୋଇଛି ଏବଂ ମାଡ଼ ମାରିଥିବା ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଛି ବୋଲି ଗୁରଗାଁଓ ପୁଲିସ କହିଛି। ତେବେ ଏହି ଘଟଣା ଘଟିଥିବା ଦିନର ଭିଡିଓ ବର୍ତ୍ତମାନ ଭାଇରାଲ୍‌ ହେଉଛି। ଭିଡିଓରେ ଥିବା ମହିଳା କର୍ମଚାରୀଙ୍କ ସହିତ ବୁଥ୍‌ରେ ତିନି ଜଣ ପୁରୁଷ ସହଯୋଗୀ ମଧ୍ୟ ରହିଛନ୍ତି।

By amfnews

Related Post