Wed. Nov 6th, 2024

ଟିଭି ଫାଟି ମହିଳା ମୃତ; ଦୁଇ ଗୁରୁତର

By amfnews Feb 22, 2020 #Featured
152 Views

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡ଼ିହି  ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି।  ଟେଲିଭିଜନ୍‌ ଦେଖିବା ସମୟରେ  ହଠାତ୍‌ ଏହା ସର୍ଟସର୍କିଟ୍ ହୋଇ ଫାଟି ଯିବାରୁ  ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହ ମହିଳାଙ୍କ ସ୍ୱାମୀ ଓ ତାଙ୍କ  ୬ ମାସ ଶିଶୁ କନ୍ୟା ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ  ବବି ନାଏକ।

ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ବବି ନାଏକ, ତାଙ୍କ ସ୍ୱାମୀ ଡିଲେଶ୍ୱର ଓ ଛଅମାସର ଶିଶୁ କନ୍ୟାକୁ ଧରି  ଟିଭି ଦେଖୁଥିଲେ। ଏହି ସମୟରେ ଟେଲିଭିଜନ୍‌ଟି ସର୍ଟସର୍କିଟ୍ ହୋଇ ଫାଟି ଯାଇଥିଲା।  ଯାହାଫଳରେ ବବି, ତାଙ୍କ ସ୍ୱାମୀ ଓ ଛଅମାସର ଶିଶୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପୋଡ଼ି ଯାଇଥିଲେ।  ତେବେ ତାଙ୍କ ପାଖ ପଡ଼ୋଶୀ  ଜୋରର୍‌ ଆବାଜ ଶୁଣି ବବିଙ୍କ ଘରକୁ ଆସିଥିଲେ।  ଏହାପରେ  ଗୁରୁତର ଥିବା ତିନି ଜଣଙ୍କୁ  ଉଦ୍ଧାର କରିବା ସହ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ  ଖବର ଦେଇଥିଲେ।  ସଙ୍ଗେ ସଙ୍ଗେ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇଟି ୧୦୮ ଆମ୍ୱୁଲାନ୍ସ  ସାହାଯ୍ୟରେ ସେମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ  ପଠାଇଥିଲେ। ସେଠାରେ ଡାକ୍ତର ବବିଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ବବିଙ୍କ ସ୍ୱାମୀ ଓ ଶିଶୁ କନ୍ୟାର ଅବସ୍ଥା ସଙ୍କଟାପନ୍ନ ଥିବାରୁ  ରାଉରକେଲା ଆଇ ଜି ଏଚ୍‌କୁ ସ୍ଥାନାନ୍ତର କରାଯାଇଛି। ଏନେଇ  ଧୁରୁଆଡ଼ିହି ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post