Sun. Mar 8th, 2026

ଟିକେଟ ପାଇଁ ଟଣାଓଟରା: ନବୀନ ନିବାସରେ ନବୀନଙ୍କ ବଡ଼ଭଉଣୀଙ୍କୁ ନେଇ ଚର୍ଚ୍ଚା

325 Views

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡଭଉଣୀ ଗୀତା ମେହେଟ୍ଟା ରବିବାର ନବୀନ ନିବାସରେ ପହଞ୍ଚିବା ଖବରକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଟିକେଟ ବଣ୍ଟନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ ବୋଲି ଆଲୋଚନା ହେଉଛି।

ତେବେ ପଦ୍ମ ପୁରସ୍କାର ପାଇଁ ଗୀତା ମେହେଟ୍ଟାଙ୍କ ନାମ ମନୋନୀତ ହୋଇଥିଲେ ମଧ୍ୟ ଏହାକୁ ବିନମ୍ରତାର ସହ ସେ ପ୍ରତ୍ୟାଖାନ କରିଥିଲେ । ଏବଂ ନିର୍ବାଚନୀ ମାହୋଲରେ ଏହା ଭୁଲ୍‌ ବାର୍ତା ଦେଇପାରେ ବୋଲି କହି ଗୀତା ମେହେଟ୍ଟା ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ପାଇଁ ବିନମ୍ରତାର ସହ ମନା କରିଦେଇଥିଲେ ।

ସେପଟେ ଆଜି ବି ନବୀନ ନିବାସରେ ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା । ଖାସ୍‌ କରି ଆଜି ପଶ୍ଚିମଓଡିଶାର ନେତାଙ୍କ ଭିଡ ନବୀନ ନିବାସରେ ଦେଖିବାକୁ ମିଳିଛି । ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ର୍ତିକୀ ଆଜି ନବୀନ ନିବାସରେ ପହଁଚିଛନ୍ତି । ତେବେ ଦଳର ସଭାପତି ଯାହା ବି ନିଷ୍ପତି ନେବେ ତାକୁ ପାଳନ କରିବେ ବୋଲି ଦିଲ୍ଲୀପ ର୍ତିକୀ କହିଛନ୍ତି।

By amfnews

Related Post