Tue. Dec 24th, 2024

ଟିକାକରଣକୁ ନେଇ ତତ୍ପର କେନ୍ଦ୍ର ସରକାର,୪ ରାଜ୍ୟରେ ହେବ ଡ଼େମୋ

By amfnews Dec 26, 2020 #Featured
123 Views

ଦିଲ୍ଲୀ,ଡିସେମ୍ବର 26 (ଖବର ଓଡ଼ିଶା):

କରୋନା କାଳରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଟିକା? ଏହା କେବେ ଆସିବ? କେବେ ସାରା ବିଶ୍ୱବାସୀ ଏହାଠାରୁ ମୁକ୍ତି ଲାଭ କରିବେ । ତେବେ ସମସ୍ତଙ୍କ ମନ ରୁ ଏହି ପ୍ରଶ୍ନ ଦୂର କରିବା ପାଇଁ ଭାରତରେ ଖୁବ୍ ଶୀଘ୍ର କରୋନା ଟିକା ମିଳିବ । ଯାହାର ବିଧିବଧ ଭାବେ କାର୍ଯ୍ୟକ୍ରମ ସରକାର ଆରମ୍ଭ କରିସାରିଲେଣି ।

ଅନେକ ଦେଶ ରେ ଟିକାକରଣ ପରେ ଲୋକଙ୍କ ଠାରେ ଏହାର ପାଶ୍ୱପ୍ରତିକ୍ରିୟା ସାମ୍ନା କୁ ଆସିଛି ଯାହାଫଳରେ ଲୋକମାନେ ଏହି ଟିକା ଉପରେ ବିଶ୍ୱାସ ଉଠାଇ ଦେଉଛନ୍ତି । ତେବେ ଏହାକୁ ଦୃଷ୍ଟି ରେ ରଖି ସରକାର ଟିକା ଆସିବା ପୂର୍ବରୁ ଟିକାକରଣର ଡେମୋ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ସରକାର କୋ ୱିନ୍ ଆପ୍‌ରେ ପଞ୍ଜୀକରଣ କରିଥିବା ଲୋକଙ୍କୁ ହିଁ ଟିକା ଦେବେ

ଆସନ୍ତା ଡିସେମ୍ବର ୨୮ ଓ ୨୯ରେ ପଞ୍ଜାବ, ଆସାମ, ଆନ୍ଧ୍ରପ୍ରଦେଶ ଓ ଗୁଜରାଟରେ ଟିକାକରଣ ଡେମୋ ବା ଡ୍ରାଏ ରନ୍ କାର‌୍ୟ୍ୟକ୍ରମ ହେବ। ଏହି ୪ ରାଜ୍ୟର ୨ଟି ଲେଖାଏ ଜିଲ୍ଲାରେ ଏପରି କାର‌୍ୟ୍ୟକ୍ରମ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଡ଼େମୋ ବେଳେ କାହାକୁ ଟିକା ଦିଆଯିବ ନାହିଁ।

କେବଳ ଟିକାକରଣର ପ୍ରକ୍ରିୟାକୁ ଯାଞ୍ଚ କରାଯିବ। ଏହାର ଅର୍ଥ ଲୋକମାନେ ଟିକାକରଣ କେନ୍ଦ୍ରକୁ ଆସିବା ପରଠାରୁ ଏଠାରେ୦ ୫ ଜଣ ଅଫିସରଙ୍କ ନିଯୁକ୍ତି, ଟିକାକୁ ନେବା ଆଣିବା କରିବା ଓ ଏହାକୁ କେମିତି ସଂରକ୍ଷିତ କରିବା, ସେସବୁ ବିଷୟରେ ଡେମୋ କରାଯିବ।

By amfnews

Related Post