Fri. Mar 6th, 2026

ଟାଙ୍ଗୀ ବାଇପାସ୍‌ ନିକଟରେ ଜଳିଗଲା ଟ୍ୟାଙ୍କର, ଡ୍ରାଇଭର ଓ ହେଲପର୍‌ ଗୁରୁତର

288 Views

ଟାଙ୍ଗୀ  : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବାଇପାସ୍‌ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ କେମିକାଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବାପରେ ସଂପୂର୍ଣ୍ଣ ଜଳି ଯାଇଥିବାର ଖବର ମିଳିଛି । ପରେ ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ନିଆଁରେ ପୋଡ଼ି ହୋଇ ଟ୍ୟାଙ୍କରର ଡ୍ରାଇଭର ଓ ହେଲପର୍‌ ଗୁରୁତର ହୋଇସାରିଥିଲେ । ଉଭୟଙ୍କୁ ୧୦୮ ଆମ୍ବୁଲାନସ ଯୋଗେ ଭୁବନେଶ୍ୱରର ଏମ୍ସକୁ ନିଆଯାଇଥିବା  ଜଣାଯାଇଛି ।

ମିଲିଥିବା ସୂଚନା ଅନୁସାରେ ଟ୍ୟାଙ୍କରଟି କଟକରୁ ବ୍ରହ୍ମପୁର ଯାଉଥିଲା । ଉକ୍ତ ଟ୍ୟାଙ୍କରର ନମ୍ବର ହେଲା OR05AA7231। ୧୬ ନମ୍ୱର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍‌ ନିକଟରେ ସେହି ଚଳନ୍ତା ଟ୍ୟାଙ୍କରଟିର କୌଣସି ଏକ ଗାଡ଼ି ସହ ଧକ୍କା ହୋଇଥିଲା। ମାତ୍ର ଉକ୍ତ ଗାଡ଼ିଟି ସେଠାରେ ନାହିଁ।

ଟ୍ୟାଙ୍କର କେବିନ ଫାଟିଯିବା ଫଳରେ ସେଥିରେ ଥିବା ଡିଜେଲ ବାହାରି ଆସିଥିଲା ଏବଂ ସେଥିରେ ନିଆଁ ଲାଗିଯାଇଥିଲା। ତାପରେ ଟ୍ୟାଙ୍କରଟି ହଠାତ ଜଳିବାକୁ ଲାଗିଥିଲା । ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ ।ଏହି ନିଆଁର ପ୍ରଭାବ ନିକଟରେ ଥିବା ଏକ ହୋଟେଲ ଉପରେ ବି ପଡ଼ିବାର ଦେଖିବାକୁ ମିଳିଛି।

By amfnews

Related Post