312 Views
ମୁମ୍ବାଇ : ବହୁ ବର୍ଷ ପୂର୍ବରୁ ଫିଲ୍ମ ଦୁନିଆରୁ ବାହାରକୁ ଚାଲି ଯାଇଥିବା ଅଭିନେତ୍ରୀ ତନିଶା ମୁଖାର୍ଜୀ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଇନ୍ଷ୍ଟାଗ୍ରାମରେ ସେ ପୋଷ୍ଟ କରିଥିବା ଏକ ଫଟୋ ପାଇଁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମରେ କାମ କରିବା ଛାଡ଼ି ସାରିଥିଲେ ମଧ୍ୟ ସେ ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ । ନିଜର ଫଟୋ ଏବଂ ଭିଡ଼ିଓ ସାହାଯ୍ୟରେ ସେ ନିଜ ପ୍ରଶଂସକମାନଙ୍କୁ ଅପ୍ଡ଼େଟ୍ ରଖୁଥିବା ବେଳେ ଏବେ ସେ ପୋଷ୍ଟ କରିିବା ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ଝଡ଼ ସୃଷ୍ଟି ହୋଇଛି ।
ନିଜ ଇନ୍ଷ୍ଟା ଆକାଉଣ୍ଟରେ ସେ ଏକ ଟପ୍ ଲେସ୍ ଫଟୋ ଛାଡ଼ିବା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଫଟୋରେ ସେ ହଟ୍ ଲାଗୁଥିଲେ ମଧ୍ୟ ଇନ୍ଷ୍ଟା ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିବା ପାଇଁ ପଛାଇ ନ ଥିଲେ । କିଛି ଲୋକ ତାଙ୍କୁ ପାଗଳ ଏବଂ ‘ଆଟେନ୍ସନ୍ ସିକର’ ବୋଲି କହିଥିବା ବେଳେ କିଛି ଲୋକ ତୁମ ଠାରୁ ଏହା ଆଶା କରାଯାଉ ନଥିଲା ବୋଲି କହିଥିଲେ
