Sun. Mar 8th, 2026

ଝିଅକୁ ହତ୍ୟାକରି ମା’ର ଆତ୍ମହତ୍ୟା! ଗୋବରୀ ନଦୀରୁ ମା’ ଓ ଝିଅର ଶବ ଉଦ୍ଧାର

154 Views

କେନ୍ଦ୍ରାପଡା : ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା । ଝିଅକୁ ହତ୍ୟାକରି ମା’ର ଆତ୍ମହତ୍ୟା । ଗୋଗୁଆ ଗାଁ ନିକଟରେ ପ୍ରବାହିତ ଗୋବରୀ ନଦୀରୁ ମା’ ଓ ଝିଅର ଶବ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଏହା ଏକ ଘରୋଇ ହିଂସାର କରୁଣ ପରିଣତି ବୋଲି ଅନୁମାନ କରାଯାଉଛିl ମା’ ଝିଅକୁ ତଣ୍ଟି ଚିପି ମାରିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା ବ୍ଲକ ଅଧିନରେ ଥିବା ଗୋଗୁଆ ଗାଁ ନିକଟସ୍ଥ ମାଛ ଘେରି ପାଖରୁ ୭ ବର୍ଷର ଝିଅ ଝୁନିର ମୃତ ଦେହ ଉଦ୍ଧାର ହୋଇଛି l ପରେ ମା’ ନେଉଳିର ମୃତ ଦେହ ଗୋବରୀ ନଦୀରୁ ମିଳିଥିବା ଜଣାଯାଇଛି l ସ୍ୱାମୀ ଯଦୁମଣି ଜେନାଙ୍କ କହିବା ଅନୁସାରେ ଗତ କାଲି ରାତିରୁ ମା’ ଝିଅ କୁଆଡେ ଚାଲିଯାଇଥିବା ସେ ସକାଳେ ଉଠିବା ପରେ ଜାଣିଲେ

ନେଉଳିର ୧୬ ବର୍ଷର ପୁଅ ମଧ୍ୟ ଅଛି l ଆତ୍ମହତ୍ୟାର କାରଣ ଅସ୍ପଷ୍ଟ l ମହାକାଳପଡ଼ା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛିl ସୂଚନାଯୋଗ୍ୟ, ଗତ ୪ ଦିନ ତଳେ ମାର୍ଶାଘାଇ ଥାନା ଅଂଚଳରେ ମା ଝିଅଲୁଣା ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ, ଯାହା ଚର୍ଚ୍ଚାର ବିଷୟ ହେlଇଥିଲା।

By amfnews

Related Post