Sat. Mar 7th, 2026

ଝାରସୁଗୁଡ଼ା: ଜିରୋ ନାଇଟ୍‌ରେ ରାସ୍ତାରୁ ଟେକିନେଇ ମହିଳାଙ୍କୁ ଦୁଷ୍କର୍ମ

307 Views

ଝାରସୁଗୁଡ଼ା, ଜାନୁୟାରୀ ୦୨ : ଜିରୋ ନାଇଟ୍‌ରେ ଅଘଟଣ। ସମସ୍ତେ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ନାଚଗୀତରେ ମସ୍‌ଗୁଲ୍‌ ଥିବା ବେଳେ ଦୁଇ ଯୁବକ ଜଣେ ମହିଳାଙ୍କୁ ରାସ୍ତାରୁ ଟେକିନେଇ ରାତିସାରା ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତ ମହିଳାଜଣକ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏ ନେଇ ତନାଘନା କରୁଥିଲେ ବି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ।

ସୂଚନାଯୋଗ୍ୟ ଯେ ୩୧ ତାରିଖ ରାତିରେ ଗାଁ ଠାରୁ ସହର ସବୁଠାରେ ଚାଲିଥିଲା ଭୋଜିଭାତ, ଗୀତ ନାଚର ଉତ୍ସବ। ପୁରୁଣା ବର୍ଷକୁ ବିଦାୟ ଓ ନୂଆଁ ବର୍ଷକୁ ସ୍ବାଗତ କରିବାକୁ ସମସ୍ତେ ଥିଲେ ମସଗୁଲ। ଟାଉନଥାନା ଅନ୍ତର୍ଗତ ପୁରୁଣା ଗ୍ରାମ ନିକଟରେ ମଧ୍ୟ କିଛି ଯୁବକ ଜିରୋ ନାଇଟ୍‌ ପାଳନରେ ମସ୍‌ଗୁଲ୍‌ ଥିଲେ। ତେବେ ସେହି ସମୟରେ ରାସ୍ତାରେ ଜଣେ ଅସହାୟ ମହିଳା ଯାଉଥିବା ଦେଖି ସନାତନ କିସାନ(୨୦) ଓ ମୁକେଶ କିସାନ(୧୯) ତାଙ୍କୁ ରାସ୍ତାରୁ ଉଠାଇ ନେଇଥିଲେ ଓ ସାରାରାତି ଦୁଷ୍କର୍ମ କରିଥିଲେ। ମହିଳା ଜଣକ ଏନେଇ ଉଭୟଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କାହାରିକୁ ଗିରଫ କରାଯାଇ ନାହିଁ।

By amfnews

Related Post