Sun. Mar 8th, 2026

ଝାମ୍ପିନେଲେ ଯୁବତୀଙ୍କ ସୁନାଚେନ୍‌

296 Views

ପୁରୁଣା ଭୁବନେ‌ଶ୍ବର: ବଡ଼ଗଡ଼ ଥାନା ଅଧୀନ ରାଜାରାଣୀ ପାର୍କ ନିକଟରୁ ଆଜି ଜଣେ କଲେଜ ଛାତ୍ରୀଙ୍କଠାରୁ ଲୁଟ୍‌ ହୋଇଛି। ସେ ପାର୍କ ନିକଟରେ ଗାଡ଼ିରେ ବସୁଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ବେକରୁ ଚେନ୍‌ ଲୁଟି ନେଇଛି। ଯୁବତୀଜଣଙ୍କ ଭୟରେ ଥାନାରେ ଅଭିଯୋଗ କରିନଥିବା ଜଣାଯାଇଛି। ଯୁବତୀଜଣଙ୍କ ବିଜେବି ନଗର ଏକ ହଷ୍ଟେଲ‌ରେ ରହନ୍ତି। ସେହିପରି ଗତକାଲି ଡା. ପଦ୍ମଜା ମିଶ୍ର ନାମ୍ନୀ ଜଣେ ମହିଳାଙ୍କଠାରୁ କିଛି ଦୁର୍ବୃତ୍ତ ଏକ ଟଙ୍କା ବ୍ୟାଗ୍‌ ଲୁଟି ନେଇଥିଲେ। ସେଥିରେ ୩୦ ହଜାର ଟଙ୍କା ସହ ଅନ୍ୟାନ୍ୟ କାଗଜପତ୍ର ଥିଲା। ପଦ୍ମଜା ସ୍କୁଟିରେ ଯାଉଥିବା ବେଳେ ରବି ଟକିଜ୍ ଛକ ନିକଟରେ ୨ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିଲେ। ଏ ନେଇ ପଦ୍ମଜା ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଜଣେ ଯୁବକକୁ ଅଟକ ରଖିବା ସହ ଚୋରି ସାମଗ୍ରୀ ଜବତ କରିଛି ବୋଲି ଥାନା ଅଧିକାରୀ କହିଛନ୍ତି।

By amfnews

Related Post