Thu. Dec 26th, 2024

ଝରାଫୁଲ ମୃତ୍ୟୁ ମାମଲା: ଅଭିଯୁକ୍ତ ରାକେଶକୁ ପୁଣି ଥରେ ରିମାଣ୍ଡ ରେ ନେଇପାରେ ପୋଲିସ୍‌

By amfnews Feb 7, 2021 #Featured
157 Views

ଭୁବନେଶ୍ୱର, ଫେବୃଆରୀ ୭ : ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଉପରୁ ଏଯାଏଁ ପରଦା ଉଠାଇ ପାରୁନି ପୋଲିସ୍ । ସବୁ ପାରିପାଶ୍ୱିର୍କ ପ୍ରମାଣ ବି ମୃତ୍ୟୁର କାରଣ ସ୍ପଷ୍ଟ କରିପାରୁନାହିଁ । ଅନ୍ୟପଟେ ରାକେଶର ଅନ୍ୟ ସହଯୋଗୀ ଶେଖର ସ୍ୱାଇଁ ଏବେବି ନିଖୋଜ ରହିଛି ।

ତେବେ ଝରାଫୁଲଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହୋଇ ହୋଇଛି ବୋଲି ପୋଲିସ୍ ଏକ ପ୍ରକାର ନିଶ୍ଚିତ ହୋଇଛି ଏବଂ ଏହାକୁ ଭିତ୍ତି କରି ଆଗକୁ ତଦନ୍ତ ପ୍ରକ୍ରିୟା ମଧ୍ୟ ବଢିଛି । ଯାହାକୁ ନେଇ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ପୁଣି ଥରେ ପୋଲିସ୍ ରିମାଣ୍ଡରେ ନେବାକୁ ଯୋଜନା କରୁଛି ବୋଲି ଜଣାପଡିଛି ।

ଏହି ମାମଲାରେ ଯଦି ପୋଲିସ୍ ଅଭିଯୁକ୍ତକୁ ପୁଣି ଥରେ ରିମାଣ୍ଡରେ ନେବା ପାଇଁ ଆବେଦନ ନକରେ ତାହାଲେ ଆଉ ଅଭିଯୁକ୍ତକୁ ରିମାଣ୍ଡରେ ନିଆଯାଇ ପାରିବ ନାହିଁ ବୋଲି ଆଇନଜୀବୀ ମାନେ ମତ ରଖିଛନ୍ତି ।

ଗତ ଜାନୁଆରୀ ୨୭ ତାରିଖରେ ଝରାଫୁଲଙ୍କ ମୃତ ଦେହ ଯାଯପୁର କୁଆଖିଆ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା । ଏବଂ ମୃତଦେହକୁ ୨ ଜଣ ଯୁବକ ଏକ ସ୍କୁଟିରେ ଆଣି ସେଠାରେ ଫିଙ୍ଗିବାର ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା ଯାହାପରେ କୁଆଖିଆ ପୋଲିସ୍ ତଦନ୍ତ ଆରମ୍ଭ କରି ମୃତ ଦେହଟି ଝରାଫୁଳ ନାୟକଙ୍କ ର ବୋଲି ଚିହ୍ନଟ ହୋଇଥିଲା ।

By amfnews

Related Post