Sun. Mar 8th, 2026

ଜୟପୁର ଏନ୍‌ଏଚ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଦ୍ବାରା ଗିରଫ

333 Views

କଟକ , ଜାନୁଆରୀ ୨୦ : ଜୟପୁର ଏନ୍‌ଏଚ୍‌ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ତା ଶନିବାର ଭୁବନେଶ୍ବର ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରା ଗିରଫ ହୋଇଛନ୍ତି। ଠିକାଦାରଙ୍କଠୁ ଅନେକ ସମୟରେ ଲାଞ୍ଚ ନେଉଥିବା ବିଷୟରେ ଭିଜିଲାନ୍ସ ପାଖରେ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କ ଉପରେ ନଜର ରଖାଯାଉଥିଲା। ଶନିବାର ଅଭିଯୁକ୍ତ ହରେକୃଷ୍ଣ ନିଜ କାର‌୍‌ରେ (ଓଡି୧୫ଏଫ୍‌୭୨୧୮) ନୟାପଲ୍ଲୀ ନୀଳକଣ୍ଠନଗର ବାସଭବନକୁ ଯାଉଥିଲେ।

ଭିଜିଲାନ୍ସ ଅଧିକାରୀମାନେ ହରେକୃଷ୍ଣଙ୍କୁ ପିଛା କରି ଘର ନିକଟରେ ତାଙ୍କୁ ଅଟକାଇଥିଲେ। ଯାଞ୍ଚ ବେଳେ ତାଙ୍କ ଗାଡ଼ିରୁ ଏକ ହଳଦିଆ ଏନ୍‌ଭଲପ୍‌ ବାହାରିଥିଲାବେଳେ ତାହା ଭିତରେ ୩ଲକ୍ଷ ୮୯ହଜାର ୧୭୫ ଟଙ୍କା ରହିଥିବା ଦେଖାଯାଇଥିଲା। ପରେ ନୟାପଲ୍ଲୀସ୍ଥିତ ଘର ଯାଞ୍ଚ କରାଯିବା ପରେ ସେଠାରୁ ଆଉ ୬ଲକ୍ଷ ୧୬ହଜାର ଟଙ୍କା ମିଳିଥିଲା। ହେଲେ ଏହି ଟଙ୍କାର ହିସାବ ହରେକୃଷ୍ଣ ଦେଇନପାରିବାରୁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଏସ˚କ୍ରାନ୍ତରେ ଭୁବନେଶ୍ବର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ (୪/୧୯)କରାଯାଇଥିଲା। ଦୁର୍ନୀତି ନିବାରଣ ଆଇନ୍‌ ଧାରା ୭ (ଏ), ୧୩ (୨) ଓ ୧୩ (୧)(ବି) ଅନୁସାରେ ଅଭିଯୁକ୍ତ ପଣ୍ତାକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି।

By amfnews

Related Post