Tue. Mar 10th, 2026

ଜ୍ଞାନପୀଠ ବିଜୟିନୀ ସାହିତ୍ୟିକା କୃଷ୍ଣା ସୋବତୀଙ୍କର ପରଲୋକ

347 Views

ନୂଆଦିଲ୍ଲୀ, ଜାନୁଆରୀ ୨୪ : ସୁପ୍ରସିଦ୍ଧ ସାହିତ୍ୟିକା ତଥା ଜ୍ଞାନପୀଠ ପୁରସ୍କାର ବିଜୟିନୀ କୃଷ୍ଣା ସୋବତୀଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ୧୯୨୫ ମସିହା ଫେବୃଆରି ୧୮ ତାରିଖରେ ବର୍ତ୍ତମାନ ପାକିସ୍ତାନରେ ଥିବା ଏକ ଗାଆଁରେ ସୋବତୀ ଜନ୍ମଗ୍ରହଣ କରିଥିଲେ। ସେ ନିଜର ଲେଖନୀରେ ମହିଳା ସଶକ୍ତିକରଣ ଓ ନାରୀ ଜୀବନର ଜଟିଳତା ଆଦି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଥିଲେ। ଖାଲି ସେତିକି ନୁହେଁ, କୃଷ୍ଣା ସୋବତୀ ସାମାଜିକ-ରାଜନୈତିକ ପ୍ରସଙ୍ଗରେ ବି ଅନେକ ସହମତ ରଖି ଚର୍ଚ୍ଚିତ ହୋଇଥିଲେ।
ତାଙ୍କ ରଚିତ ଉପନ୍ୟାସ ‘ମିତ୍ରୋ ମରଜାନୀ’ ହିନ୍ଦୀ ସାହିତ୍ୟରେ ମହିଳା ମନ ଅନୁଯାୟୀ ଲେଖା ଯାଇଥିବା ସବୁଠାରୁ ବୋଲ୍‌ଡ ଉପନ୍ୟାସଭାବେ ବିବେଚିତ ହୁଏ। ଏହାଛଡ଼ା ତାଙ୍କ ରଚିତ ଅନ୍ୟ ଏକ ଉପନ୍ୟାସ ‘ଜିନ୍ଦେଗୀନାମା’ ହିନ୍ଦୀ ସାହିତ୍ୟର ଏକ କାଳଜୟୀ ଉପନ୍ୟାସ ବୋଲି ମଧ୍ୟ ପରିଗଣିତ ହୁଏ। କୃଷ୍ଣା ସୋବତୀ ନିଜ ଜୀବନର ଅନ୍ତିମ ସମୟ ଯାଏଁ ସାହିତ୍ୟିକ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିଲେ। ତାଙ୍କର ଅନ୍ୟ କେତେକ କାଳଜୟୀ ଉପନ୍ୟାସ ମଧ୍ୟରେ ରହିଛି ସୂରଜମୁଖୀ ଅନ୍ଧେରେକେ,ଦିଲୋ ଦାନିଶ୍‌,ଏ ଲଡକୀ ଓ ସମୟ ସରଗମ୍‌ ଆଦି। ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକୀର ଛାୟା ଖେଳିଯାଇଛି।

By amfnews

Related Post