Mon. Nov 25th, 2024

ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ବାର୍ଷିକ ବିଜ୍ଞାନ ଓ କଳାକାରିଗରୀ ମେଳା

By amfnews Dec 24, 2018 #Featured
233 Views

ରାଉରକେଲା, ୨୪ା୧୨ : ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ବାର୍ଷିକ ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ ଓ କଳାକୃତି, ପୁସ୍ତକ ମେଳା ଉପରେ ୨ ଦିନ ଧରି ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ପ୍ରଦର୍ଶନୀ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏଥିରେ ୪୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସମସ୍ତ ବିଭାଗର ବିଚାରକ ଓ ମୁଖ୍ୟ ଅତିଥିମାନଙ୍କ ପରିଚୟ ସ୍କୁଲ ପ୍ରଧାନ ଶିକ୍ଷକ ଜଳଧର ମହାପାତ୍ର ପ୍ରଦାନ କରିଥିଲେ ।

ମୁଖ୍ୟ ଅତିଥି ଭାବେ ରୋଟାରିଆନ ସୁଜିତ କୁମାର ବିଶ୍ୱାସ ଯୋଗ ଦେଇ ପିଲାମାନଙ୍କ ଦ୍ୱାରା ପ୍ରଦର୍ଶନିତ ପ୍ରକଳ୍ପ ତଥା କଳାକାରିଗରୀ ଗୁଡିକର ଉଚ୍ଚ ପ୍ରଶଂସା କରିଥିଲେ । ବିଜ୍ଞାନ ବିଭାଗର ମୁଖ୍ୟ ବିଚାରକ ଭାବେ ଦୀପିକା ସ୍କୁଲର ଦେବାଶିଷ ଦାସ, ଗଣିତ ବିଭାଗର ପୁଷ୍ପାଶ୍ରୀ ପାଣିଗ୍ରାହୀ, ବାୟୋଲୋଜି ବିଭାଗର ବିଚାରକ ଭାବେ ଗୁରୁନାନକ ସ୍କୁଲର ପାପୀୟା ଘୋଷ, ଇତିହାସ ବିଭାଗର ପ୍ରତୀମା ତ୍ରିପାଠୀ ଓ କଳାକାରିଗରୀ ବିଭାଗର ବିଚାରକ ଭାବେ ସରୋଜ ପାତ୍ର, କମ୍ପ୍ୟୁଟର ବିଭାଗର ମୁଖୟ ବିଚାରକ ଭାବେ ଚେୟାରମ୍ୟାନ ଅଫ୍ ବିସିଇଡି, ଛେଣ୍ଡର ଡ.ମିନାକ୍ଷୀ ଷଡଙ୍ଗୀ ଯୋଗ ଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।

ଏଭଳି ଉଚ୍ଚକୋଟୀର ବିଜ୍ଞାନ ଓ କଳା ପ୍ରକଳ୍ପଗୁଡିକ ପ୍ରଦର୍ଶିତ କରିଥିବାରୁ ପିଲାଙ୍କ କଳା ପ୍ରତି ଆଗ୍ରହ ଥିବା ଜାଣି ପିଲାଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟ ସମ୍ପାଦକ ସମ୍ବିତ ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀମାନଙ୍କ ସକ୍ରିୟ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

By amfnews

Related Post