Tue. Apr 22nd, 2025

‘ଜୋ ନା ବୋଲେ ଜୟ ଶ୍ରୀରାମ ଉସ୍‌କୋ ଭେଜୋ କବର୍‌ସ୍ତାନ’ ଗୀତର ଗାୟକ ବରୁଣ ବହାର ଗିରଫ

By amfnews Jul 26, 2019 #Featured
175 Views

ଲକ୍ଷ୍ନୌ: ସାଂପ୍ର୍ରଦାୟିକ ଘୃଣା ଓ ଧର୍ମ ଆଧାରିତ ଶତ୍ରୁତା ଭାବକୁ ପ୍ରୋତ୍ସାହିତ କରି ଏକ ଗୀତ ଗାଇଥିବା ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ୍‌ ଅଭିଯୁକ୍ତ ବରୁଣ ବହାରଙ୍କୁ ଶୁକ୍ରବାର ଗିରଫ କରିଛି। ତାଙ୍କୁ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ଗିରଫ କରାଯାଇ ପୁଲିସ୍‌ ହେପାଜତରେ ରଖାଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବରୁଣଙ୍କୁ ରାତି ୩ଟାରେ ଗୋଣ୍ଡା ଜିଲ୍ଲାର ମନ୍‌କାପୁର ଅଞ୍ଚଳରେ ଥିବା ବାନ୍ଧ୍ରା ଜିଲ୍ଲାରୁ ଧରାଯାଇଛି। ତାଙ୍କୁ ମାଜିଷ୍ଟ୍ରେଟ୍‌ କୋର୍ଟଙ୍କୁ ପଠାଯିବ ବୋଲି ସୂଚନା ରହିଛି। ଦେଶର ବିଭିନ୍ନ ସ୍ଥାନରୁ ତାଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି।

ଗତ ସପ୍ତାହରେ ବରୁଣ ୟୁଟ୍ୟୁବ୍‌ରେ ଅପ୍‌ଲୋଡ କରିଥିବା ଏକ ଗୀତକୁ ନେଇ ସୋସିଆଲ୍‌ ମିଡିଆରେ ବିବାଦୀୟ ହୋଇଥିଲେ। ଗୀତଟିରେ ସେ ସମସ୍ତଙ୍କୁ ‘ଜୟ ଶ୍ରୀ ରାମ’ ଗାଇବା ବାଧ୍ୟତାମୂଳକ ବୋଲି କହି ଗାଉଥିବାର ଶୁଣିବାକୁ ମିଳିଥିଲା। ଗୀତଟିର ଶୀର୍ଷକ ଥିଲା ‘ଜୋ ନା ବୋଲେ ଜୟ ଶ୍ରୀରାମ ଉସ୍‌କୋ ଭେଜୋ କବର୍‌ସ୍ତାନ’। ଗୀତଟି ସଂପ୍ରଦାୟିକ ଭାବନାକୁ ଅଘାତ ପହଞ୍ଚାଉଥିବା ବିଭିନ୍ନ ଆଡୁ ଅଭିଯୋଗ ହେବା ପରେ ଉତ୍ତରପ୍ରଦେଶ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା।

By amfnews

Related Post