155 Views
କଳାହାଣ୍ଡି, ଅଗଷ୍ଟ ୪ : କଳାହାଣ୍ଡି ସର୍ଦ୍ଦାର ରାଜାସ ମେଡିକାଲ କଲେଜ ମୁଖ୍ୟ ଏ. ଜନସେଲ ରାଜାଙ୍କୁ ୧୦ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜେଏମ୍ଏଫ୍ସି କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ଜନସେଲଙ୍କୁ ଜେଲକୁ ପଠାଇ ଦିଆଯାଇଛି ।
୧୩ ତାରିଖରେ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ହେବା ନେଇ ସୂଚନା ଦିଆଯାଇଛି । ମେଡିକାଲ କଲେଜର ଆବଶ୍ୟକ ଭିତିଭୁମି ନ ଥିବା ସତ୍ୱେ ୨୦୧୩-୧୪ ଓ ୨୦୧୪-୧୫ ଶିକ୍ଷାବର୍ଷରେ ନାମଲେଖାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳିଥିଲେ ।
ଏହା ସହ କୋଟିକୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ତାମିଲନାଡୁର ନଗରକୋଏଲ କନ୍ୟାକୁମାରୀରୁ ଗିରଫ କରିଥିଲା । ଗତକାଲି ତାଙ୍କୁ ତାମିଲନାଡ଼ୁରୁ ଟ୍ରାଂଜିଟ ରିମାଣ୍ଡରେ ଆଣି ଜୁନାଗଡ଼ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଛି ।