Mon. Dec 23rd, 2024

ଜେନାପୁର ଡାକ୍ତରଖାନାର ଦୁରାବସ୍ଥା

manasranjanbiswal07@gmail.com' By Manas Ranjan Biswal Sep 30, 2018
189 Views

ଯାଜପୁର,୩୦/୦୯(ସ୍ୱ.ପ୍ର) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଦୂରାବସ୍ଥା ପାଇଁ ସ୍ଥାନୀୟ ଅଂଚଳର ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏଠାରେ ଦୀର୍ଘଦିନ ହେବ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ଅଧିକାଂଶ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି । ଡାକ୍ତରଖାନା ପାଇଁ ଆବଶ୍ୟକ ଗୃହ ନାହିଁ । ରୋଗୀ ଚିକିତ୍ସା ପାଇଁ ଆବଶ୍ୟକ କୌଣସି ଯନ୍ତ୍ରପାତି ନାହିଁ । ଏହି ଡାକ୍ତରଖାନା ଉପରେ ଜେନାପୁର, ବୃନ୍ଦାଦେଇପୁର, ଅଂଜିରା, ସାହାଣିଢିଅ, କମାଗଡ, ବଡଳମାଳ ଆଦି ପଂଚାୟତର ୪୦ ରୁ ଉଦ୍ଧ୍ୱର୍ ଗ୍ରାମ ନିର୍ମରଶୀଳ । ଏବେ ଜ୍ୱର, ଝାଡା ବାନ୍ତି ଆଦି ରୋଗ ବ୍ୟାପୁଥିବା ବେଳେ ଡାକ୍ତରଖାନାର ଦୁରାବସ୍ଥା ଜନସାଧାରଣଙ୍କ ପାଇଁ ବଡ ସମସ୍ୟା ହୋଇପଡିଛି । ନିକଟରେ ଜାତୀୟ ରାଜପଥ ଏବଂ ଜେନାପୁର ରେଳଷ୍ଟେସନ ଥିବା ବେଳେ ଡାକ୍ତରଖାନାର ଅଚଳାବସ୍ଥା ପାଇଁ ଜାତୀୟ ରାଜପଥରେ ଏବଂ ରେଳଯାତ୍ରୀ ଦୁର୍ଘଟଣା ଗ୍ରସ୍ତ ହେଲେ ସେମାନଙ୍କୁ ତତକାଳ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇ ପାରୁନାହିଁ । ଜନସ୍ୱାସ୍ଥ୍ୟ ବିଭାଗ ଏଠାରେ ଏକ ପ୍ରକାର ନିଷ୍କ୍ରିୟ ହୋଇ ପଡିଛି । କୂଅ ମାନଙ୍କରେ ବ୍ଳିଚିଂ ପାଉଡର ପଡୁନାହିଁ । ଡାକ୍ତରଖାନାରେ କୌଣସି ସରକାରୀ ଔଷଧ ମାଗଣାରେ ମିଳୁନାହିଁ । ରୋଗୀମାନେ ସେଠାକୁ ଗଲେ ନିରାମୟରେ ଯୋଜନାରେ ଔଷଧ ନଥିବାର କୁହାଯାଉଛି । ଏଥିନେଇ ସ୍ୱାସ୍ଥ୍ରମନ୍ତ୍ରୀଙ୍କ ଦଅଷ୍ଟି ପଡିବାକୁ ସାଧାରଣରେ ଦାବି ହେଉଛି ।
କମାଗଡରେ ବ୍ୟାପକ ଚୋରା ମଦ କାରବାର
ଯାଜପୁର,୩୦/୩ (ସ୍ୱ.ପ୍ର) ଜେନାପୁର ଥାନା ଅନ୍ତର୍ଗତ କମାଗଡ ପଂଚାୟତର ଅଣ୍ଟିଆ ବଜାରରେ ବ୍ୟାପକ ଚୋରା ଦେଶୀ ଓ ବିଦେଶୀ ମଦ ସହ ଗଂଜେଇ କାରବାର ବେଧଡକ ଚାଲିଛି । ଏଠାରେ ତିନୋଟି ବଡ ଧରଣର ସ୍କୁଲ ଥିଲା ବେଳେ ଛାତ୍ରଛାତ୍ର ମାନେ ନିଶାଗ୍ରସ୍ତଙ୍କ ଦଃୁବ୍ୟବହାରର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କ ଉପରେ ଏହାର ବ୍ୟାପକ କୁପ୍ରଭାବ ପଡୁଛି । ସେହିପରି ଏହି ବଜାରରେ ସାଧାରଣ ଲୋକେ ଓ ମହିଳା ମାନେ ମଧ୍ୟ ବିଭିନ୍ନ ସମୟରେ ମଦ୍ୟପଙ୍କ ଉତ୍ପାତରେ ଅତିଷ୍ଟ ହୋଇ ପଡୁଛନ୍ତି । ଏଥିନେଇ ପୋଲିସ ଏବଂ ଅବକାରୀ ବିଭାଗର କୌଣସି ପଦକ୍ଷେପ ନଥିବାରୁ ଲୋକେ ନିଜକୁ ଅସହାୟ ମନେ କରିବା ସହ ପୋଲିସ ନିକଟରେ କୌଣସି ଅଭିଯୋଗ କରିବାକୁ ଉଚିତ ମନେ କରୁ ନାହାନ୍ତି । ଜେନାପୁର ଥାନାର ଅନେକ ସ୍ଥାନରେ ମଦ ବିରୋଧରେ ମହିଳାମାନେ ଆନ୍ଦୋଳନ କରି ବେଆଇନ ମଦ ବେପାରୀଙ୍କୁ ଧରୁଥିବା ବେଳେ ପୋଲିସ ଏବଂ ଅବକାରୀ ବିଭାଗର ଏ କ୍ଷେତ୍ରରେ ନିଷ୍କ୍ରିୟତା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।
ବେଆଇନ ପଥର ଗାଡି ପାଇଁ ଚଢେଇଧରାରେ ରାସ୍ତା ଦୂରାବସ୍ଥା
ଯାଜପୁର,୩୦/୯ (ସ୍ୱ.ପ୍ର) ଜେନାପୁର ଥାନା ଅନ୍ତର୍ଗତ ଚଢେଇଧରା ଛକରୁ ନିହଲପ୍ରସାଦ ଅଭିମୁଖେ ଯାଇଥିବା ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି । ଏହି ରାସ୍ତାଟି ଯାଜପୁର ଜିଲ୍ଲା ସହ ଢେଙ୍କାନାଳ ଜିଲ୍ଲାକୁ ସଂଯୋଗ କରୁଛି । ଏହି ରାସ୍ତା ଦେଇ ଶତାଧିକ ଗାଁର ଲୋକେ ଦୈନିକ ଯାତାୟତ କରିଥାନ୍ତି । ହେଲେ ନିକଟସ୍ଥ ବିଭିନ୍ନ ପାହାଡରୁ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରାଯାଇ ଶହ ଶହ ଟ୍ରିପ କଳାପଥର ଚାଲାଣ ହେଉଛି । ଏହା ସଂପୂର୍ଣ୍ଣ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ସରକାର ଏଥିପାଇଁ ଦୈନିକ ବହୁଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି । ଏଣେ ଏହି ଓଭରଲୋଡ କଳାପଥର ଗାଡି ଗୁଡିକ ଏହି ରାସ୍ତା ଦେଇ ଯାତାୟତ କରୁଥିବାରୁ ରାସ୍ତାରେ କୁତ୍ରିମ ହ୍ରଦ ଏବଂ ପୋଖରୀ ହେବା ଭଳି ଭ୍ରମ ସୃଷ୍ଟି ହେଉଛି । ସରକାର ବହୁଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ରାସ୍ତା ନିର୍ମାଣ କରିଛନ୍ତି । ପୂର୍ତ୍ତ ବିଭାଗ ତରଫରୁ ଏହି ରାସ୍ତାରେ ବେଆିନ ଓଭରଲୋଡ ଗାଡି ଚଳାଚଳ ନେଇ ଆଇନ ଅନୁସାରେ କୌଣସି ପ୍ରତିବନ୍ଧକ ଲଗା ଯାଉନାହିଁ । ନିକଟରେ ଚଢେଇଧରା ଫାଣ୍ଡି ଥିଲେ ମଧ୍ୟ ପୋଲିସ ତରଫରୁ ଏଠାରେ ବେଆିନ ଓଭରଲୋଡ ଗାଡି ଚଳାଚଳ ନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉ ନାହିଁ । ତେବେ ଜନସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କ ତରଫରୁ ଏଥିନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Related Post