Mon. Jun 16th, 2025

ଜେଡିୟୁରେ ପ୍ରଶାନ୍ତ କିଶୋରଙ୍କ ଦିନକାଳ ସରିଆସୁଛି

By amfnews Mar 17, 2019 #Featured
276 Views

ନୂଆଦିଲ୍ଲୀ: ଆତ୍ମଘୋଷିତ ନିର୍ବାଚନୀ ରଣକୌଶଳ ମାଷ୍ଟର୍‌ ପ୍ରଶାନ୍ତ କିଶୋରଙ୍କୁ ଜନତା ଦଳ ୟୁନାଇଟେଡ୍‌ ନେତୃତ୍ୱ ଆଉ ଗୁରୁତ୍ୱ ଦେଉ ନ ଥିବାରୁ ଦଳରେ ତାଙ୍କ ଦିନକାଳ ସରି ଆସୁଛି। ନିକଟ ଅତୀତରେ ସେ ଦେଇଥିବା ଟିପ୍ପଣୀ ଏବଂ ତାଙ୍କ କାର୍ଯ୍ୟଶୈଳୀ ଦଳ ପାଇଁ ଲଜ୍ଜାର କାରଣ ହୋଇଥିବାରୁ ଜେଡିୟୁ ତାଙ୍କୁ ‘ଫ୍ରିଲାନ୍‌ସ୍‌ର୍‌’ ମାର୍କା ଦେଇଛି।

ଜେଡିୟୁ ମୁଖପାତ୍ର ଏବଂ ଏମ୍‌ଏଲ୍‌ସି ନୀରଜ କୁମାର ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କହିଛନ୍ତି ଯେ ତୃଣମୂଳ ସ୍ତରରେ କିଶୋରଙ୍କର ପ୍ରାୟ ରାଜନୈତିକ ସଂପର୍କ ନାହିଁ। ସେ କହିଛନ୍ତି: ଦଳରେ ଯୋଗ ଦେଲା ପରେ ଜଣକର କାମ ଓ ମନ୍ତବ୍ୟ ଦଳର ଧାରା ଆଧାରିତ ହେବା ଉଚିତ। ତେଣୁ ଜଣେ ଫ୍ରିଲାନ୍‌ସର୍‌ ହୋଇ ପାରିବେ ନାହିଁ। ସେ ଜେଡିୟୁରେ ଯୋଗ ଦେବା ପୂର୍ବରୁ ଆମେ ବିଜେପି ସହ ମେଣ୍ଟ କରିସାରିଥିଲୁ। ସେ କହୁଛନ୍ତି କି, ସେ ସବୁ ଖବର ରଖିଛନ୍ତି। ତାଙ୍କ ମୁଣ୍ଡ ଓ ଲାପ୍‌ଟପ୍‌ରେ ସବୁ ସୂଚନା ରହିଛି। ସେ କେବେ ରାଜନେତା ନ ଥିଲେ, କୌଣସି ରାଜନୈତିକ ଆନ୍ଦୋଳନ ଓ କାର୍ଯ୍ୟକ୍ରମରେ ଭୂମିକା ଗ୍ରହଣ କରି ନାହାନ୍ତି। ତୃଣମୂଳ ସ୍ତରୀୟ କର୍ମୀ ଓ ଲାପ୍‌ଟପ୍‌ରେ ରାଜନୈତିକ ହିସାବ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ରହିଛି। ଏ ଭଳି ଲୋକ ନିଜକୁ ଅନ୍ୟର ଆଦର୍ଶ ବୋଲି ବିଚାରନ୍ତି ଓ ରାଜନୈତିକ ଦୁର୍ଦ୍ଦଶାରେ ଶେଷ ହୁଅନ୍ତି।

By amfnews

Related Post