Sat. Mar 7th, 2026

ଜେଟ ଏୟାରଲାଇନ୍ସ ଉପରେ ରାଗି ଗଲେ ମୌନି ରାଏ, ଏଭଳି ଲୋକଙ୍କୁ କାମରେ ନ ରଖିବା ପାଇଁ ଅନୁରୋଧ କଲେ

338 Views

ମୁମ୍ବାଇ: ଅଭିନେତ୍ରୀ ମୌନି ରାଏ ଏୟାରଲାଇନ୍ସ କମ୍ପାନି ଜେଟ ଏୟାରେଓ୍ଵଜ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଜେଟ ଏୟାରେଓ୍ଵଜ ସହିତ ନିକଟରେ କରିଥିବା ଯାତ୍ରାରେ ଅସ୍ୱାଭାବିକ ଅନୁଭବ କରିଛନ୍ତି। ଜେଟ ବିମାନରେ ଯାତ୍ରା କରୁଥିବା ମୌନି ବିମାନରେ ଆଟେଣ୍ଡେଣ୍ଟଙ୍କ ଖରାପ ବ୍ୟବହାର ନେଇ ଅଭିଯୋଗ କରିଛନ୍ତି।

ମୌନିଙ୍କ କହିବାନୁସାରେ, ଜେଟ ଏୟାରେଓ୍ଵଜର କର୍ମଚାରୀଙ୍କ ବ୍ୟବହାର ଠିକ୍‌ ନୁହେଁ, ଯାତ୍ରୀଙ୍କୁ କିପରି ସମ୍ମାନ ଦିଆଯାଏ ସେନେଇ ସେମାନଙ୍କର କୌଣସି ଜ୍ଞାନ ହିଁ ନାହିଁ।

ମୌନି ଏହି ଘଟଣାକୁ ନେଇ ଟୁଇଟ କରି କହିଛନ୍ତି, ‘ବିମାନରେ ଅନେକ ସିଟ ଖାଲିଥିଲା କିନ୍ତୁ ଏହାପରେ ବି ସେମାନେ ମୋତେ ମିଡିଲ ସିଟ୍‌ ଦେଇଥିଲେ। ମୋର ଗୋଟିଏ ଅନୁରୋଧ ଏମିତି ଲୋକଙ୍କୁ କାମରେ ରଖନ୍ତୁ ନାହିଁ, ଯେଉଁମାନେ ଯାତ୍ରୀଙ୍କ ଅସୁବିଧା ବୁଝି ନଥାଆନ୍ତି।’

By amfnews

Related Post