Tue. Dec 24th, 2024

ଜେଏମଏମ ସଭାପତି ତଥା ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବା ଶିବୁ ସୋରେନଙ୍କୁ କରୋନା

By amfnews Aug 22, 2020 #Featured
117 Views

ରାଞ୍ଚି, ଅଗଷ୍ଟ ୨୨ : ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସଭାପତି ତଥା ରାଜ୍ୟସଭା ସଦସ୍ୟ ଶିବୁ ସୋରେନ ଏବଂ ତାଙ୍କ ପତ୍ନୀ ରୁପି ସୋରେନଙ୍କୁ କରୋନା । କରୋନା ପଜେଟିଭ ଚିହ୍ନଟ ହେବା ପରେ ପତି ପତ୍ନୀ ଉଭୟଙ୍କୁ ଆଇସୋଲେସନରେ ରଖାଯାଇଛି | ଏହା ସହିତ ଶିବୁ ସୋରେନଙ୍କ ପୁଅ ତଥା ବର୍ତ୍ତମାନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପୁଣି ଥରେ ଆସନ୍ତା 24 ତାରିଖ ଦିନ ଆଉଥରେ କରୋନା ପରୀକ୍ଷା କରାଯିବ ବୋଲି ଜଣାପଡିଛି ।

ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଘରେ ନିୟୋଜିତ ଥିବା 17 ଜଣ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ କରୋନା ରିପୋର୍ଟ ସକରାତ୍ମକ ହୋଇଥିଲା । ଏହା ପରେ ଶିବୁ ସୋରେନ୍ ଏବଂ ତାଙ୍କ ପତ୍ନୀ ରୁପି ସୋରେନଙ୍କୁ କରୋନା ପରୀକ୍ଷା କରାଯାଇଥିଲା, ଯାହା ପରେ ସେମାନଙ୍କର ଫଳାଫଳ ମଧ୍ୟ ସକରାତ୍ମକ ହୋଇଥିଲା | ଶିବୁ ସୋରେନଙ୍କ ବୟସ ବର୍ତ୍ତମାନ 76 ବର୍ଷରୁ ଅଧିକ ଥିବାରୁ, ତାଙ୍କୁ କରୋନା ସଂକ୍ରମଣ ନିଶ୍ଚିତ ହେବା ପରେ ସମସ୍ତେ ଚିନ୍ତିତ ହୋଇପଡିଛନ୍ତି |

By amfnews

Related Post