Tue. Dec 24th, 2024

ଜୁଲାଇରେ ୪୯% ସୁସ୍ଥ ହୋଇଛନ୍ତି କରୋନା ଆକ୍ରାନ୍ତ

By amfnews Aug 2, 2020 #Featured
135 Views

ମୁମ୍ବାଇ, ଅଗଷ୍ଟ ୦୨ (ଖବର ଓଡ଼ିଶା): ଭାରତରେ କରୋନା କ୍ୟାପିଟାଲ କୁହାଯାଉଥିବା ମୁମ୍ବାଇରେ ଜୁଲାଇ ମାସରେ ନିୟନ୍ତ୍ରଣ ଆସିଛି । ମୁମ୍ବାଇରେ ଏପର୍ଯ୍ୟନ୍ତ ମୋଟ ରୋଗୀଙ୍କ ମଧ୍ୟରୁ ୪୯ ପ୍ରତିଶତ ଠିକ ହୋଇଛନ୍ତି । ଜୁଲାଇ୧ରେ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୭୦୮ ଥିଲା । ଏଥିରୁ ୪୪ ହଜାର ୭୯୧ ଜଣ ସୁସ୍ଥ ହୋଇସାରିଥିଲେ । କିନ୍ତୁ ୨୯ ହଜାର ୨୮୮ ଜଣ ସକ୍ରିୟ ଆକ୍ରାନ୍ତ ଥିଲେ । ସେହିସମୟରେ ସୁସ୍ଥଙ୍କ ପ୍ରତିଶତ ୫୭ ଥିଲା । ଏହାର ଠିକ ଗୋଟିଏ ମାସ ପରେ ଅର୍ଥାତ ଜୁଲାଇ ୩୧ରେ ମୁମ୍ବାଇରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ୧ ଲକ୍ଷ ୧୪ ହଜାର ୨୭୮ରେ ପହଂଚିଛି । କରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ୮୭ ହଜାର ୭୪ ଜଣ ।

ସେହିଭଳି ଭାବେ ଜୁଲାଇରେ କରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ୪୨ ହଜାର ୨୮୩ ଜଣ । ଏହା ମୋଟ ରୋଗୀଙ୍କର ୪୮.୫୬ ପ୍ରତିଶତ । ଏହାରି ମଧ୍ୟରେ ସୁସ୍ଥ ପ୍ରତିଶତ ୫୭ରୁ ୭୭ ପ୍ରତିଶତ । କରୋନା ଦୈନିକ ହାରାହାରି ଅବିବୃଦ୍ଧି ୧.୬୮ରୁ ୦.୯୧ ପ୍ରତିଶତ ରହିଛି । ଡବଲିଙ୍ଗ ରେଟ ୪୨ ଦିନରୁ ୭୭ ଦିନ ହୋଇଛି । ଜୁଲାଇ ମାସରେ ୩୫ ହଜାର ୫୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଜୁଲାଇ ମାସରେ କରୋନାକୁ ନେଇ ମୁମ୍ବାଇରେ ଭଲ ଫଳ ଆସିଛି । ସୁସ୍ଥଙ୍କ ପ୍ରତିଶତ ବଢ଼ିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମ ହୋଇଛି । ବିଏମସି ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁସାରେ ଜୁଲାଇ ୧ରେ ମୁମ୍ବାଇରେ ୨୯ ହଜାର ୨୮୮ ସକ୍ରିୟ ଥିଲେ । ଏହା ଜୁଲାଇ ୩୧ରେ ୮୭୧୯ ହ୍ରାସ ପାଇ ୨୦ ହଜାର ୫୬୯ରେ ପହଂଚିଛି । ଜୁଲାଇରେ ମୃତ୍ୟୁ ହାର ଅଧିକ ହୋଇଛି ।

By amfnews

Related Post