Sun. Jun 8th, 2025

ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୬୧ ୟୁନିଟ ରକ୍ତ ସଂଗ୍ରହ

rklsanchar@gmail.com' By J.N. Pradhan Jul 18, 2018 #Featured
208 Views

ରାଉରକେଲା, ୧୮/୭ : ଛାତ୍ର ବିଜେଡି ପକ୍ଷରୁ ସ୍ଥାନୀୟ ହୋଟେଲ ଦୀପ୍ତିଠାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଆରଡ଼ିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ ।

ଶିବିରରେ ମୋଟ୍ ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଜୀବନବନ୍ଦୁ ଜିଲ୍ଲା ସଂଯୋଜକ କୁନବିହାରୀ ଦାସଙ୍କ ନେତୃତ୍ୱରେ ସରୋଜ ପ୍ରଧାନ, ପ୍ରଶାନ୍ତ ସେଠୀ, ଶ୍ରୀଚରଣ ମହାନ୍ତି, ଜ୍ଞାନ ଜେନା, ବିଭୂତି ପୁହାଣ, ଶଙ୍କର ଦାସ, ରବି ପ୍ରଧାନ, ଦେବବ୍ରତ ଜେନା, ବିକାଶ ଶୁକ୍ଲା, ଗୋଲଡି ସିଂ, ସନ୍ତୋଷ ନାୟକ ପ୍ରମୁଖ ରକ୍ତଦାନ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Related Post